କେନ୍ଦ୍ରାପଡାରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଲାଣ ବିରୋଧରେ ସଚେତନତା ଦିବସ ପାଳିତ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ) -କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଲାଣ ବିରୋଧରେ ସଚେତନତା ଦିବସ ପାଳିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଦିବସର ପୂର୍ବାହ୍ନରେ ବ୍ଲକ ଏବଂ ପୈାରାଚଂଳରେ ସଚେତନତା ସୃଷ୍ଟି ନିମନ୍ତେ ୨ଟି ସଚେତନତା ନିଶାମୁକ୍ତି ରଥକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପୈାରହିତ୍ୟରେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାରରେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକୁ ଉଦଘାଟନକରି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଶିଶୁ ନିଶା ଖାଇବା ପାଇଁ ଜନ୍ମ ହୁଏ ନାହିଁ । କେହି ନିଶାଶକ୍ତ ନହୁଅନ୍ତୁ, ଅବାଟକୁ ନଯାଆନ୍ତୁ, ସାମାଜିକ ବିଶୃଙ୍ଖଳା ନହେଉ । ସେଥି ପାଇଁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସ୍ୱେଛାସେବୀ ଅନୁଷ୍ଠାନ ଓ ପ୍ରତ୍ୟେକ ବ୍ୟକ୍ତି ଗ୍ରାମ ଠାରୁ ଆରମ୍ଭକରି ପଂଚାୟତ,ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ଓ ଦେଶରେ ପ୍ରତ୍ୟେକ ସ୍ତରରେ ଆଗାମୀ ପିଢୀଙ୍କୁ ନିଶାମୁକ୍ତ ତଥା ନିଶାଦ୍ରବ୍ୟର କୁ ପ୍ରଭାବରୁ ନିବୃତ୍ତରହିବା ପାଇଁ ଜନଜାଗରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ)ଡା. ମିର୍ଜା ବାବର ବେଗ ଯୋଗଦେଇ ନିଶାର ଚୋରା କାରବାର ଉପରେ ପ୍ରତିବନ୍ଧକ ଲଗାଇବା,ନିଶାର ସାମୟିକ ସୁଖ ଓ ତୃପ୍ତିର କୁପ୍ରଭାବ, ନିଶା ଛାଡିବାର ବିଭିନ୍ନ ପଦ୍ଧତି ଉପରେ ଗୁରୁତ୍ୱାରୋପକରି ନିଶାଶକ୍ତ ଅପମୃତ୍ୟୁ ରୋକିବା ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ବିଭାଗର ବି ଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା,ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ,ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା ବିକେ ସଂଯୁକ୍ତା,ବିକେ ରବିନ୍ଦ୍ର ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ମାଧ୍ୟମରେ ନିଶାଦ୍ରବ୍ୟର କୁ ପ୍ରଭାବ ଓ ନିଶାମୁକ୍ତ ପରିବାର ଓ ସମାଜ ଗଠନ କରିବା,ନିଶାମୁକ୍ତି ସମାଜ ଗଠନ ଓ ନିଶାଦ୍ରବ୍ୟର ଅପବ୍ୟବହାର ଓ କୁ ପ୍ରଭାବ ଉପରେ ପରିବାରର ନାରୀମାନଙ୍କ କର୍ତ୍ତବ୍ୟ,ବାପା,ମା.ଭାଇ,ଭଉଣୀମାନଙ୍କ କର୍ତ୍ତବ୍ୟ ଏବଂ ଆଧ୍ୟାତ୍ମିକ ଚିନ୍ତା ଓ ରାଜଯୋଗ ମାଧ୍ୟମରେ ନିଶା ଛାଡିବା ତଥା ଭଗବତ ନିଶା ଆଦରି ନେଇ ପରିବାରକୁ ସୁଖ ସମୃଦ୍ଧିରେ ଭରପୁର କରି ରାଷ୍ଟ୍ରର ହିତସାଧନ ଉ କର୍ତ୍ତବ୍ୟ ସଂପାଦନ ଉପରେ ବକ୍ତବ୍ୟ ରଖିଥିଲେ । ଆଇନଜିବୀ ରମଣୀରଞ୍ଜନ ରାଉତରାୟ ଯୋଗଦେଇ ନିଶା ଖାଇବା ଦ୍ୱାରା ପରିବାର, ସମାଜ ଓ ରାଷ୍ଟ୍ରର ପ୍ରଭୁତ କ୍ଷତି ହୋଇଥାଏ ବୋଲି ବର୍ଣ୍ଣନା କରି ଆଚରଣ ଓ ଉଚାରଣରେ ସୁଦ୍ଧତା,ମଣିଷପଣିଆ ମାଧ୍ୟମରେ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ସଂଗ୍ରାମକରି ଏକ ସୁସ୍ଥ କେନ୍ଦ୍ରାପଡା ଗଠନ ନିମନ୍ତେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ସଞ୍ଜୟ କୁମାର ମଥାନ ବକ୍ତବ୍ୟ ରଖିଥିବା ବେଳେ ନିଶା ନିବାରଣ ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ ତୃପ୍ତିମୟୀ ଜେନା ନିଶା ନିବାରଣ ଉପରେ ଏକ ସ୍ୱରଚିତ କବିତା ପାଠ କରିଥିବା ବେଳେ କୁନି କଳାକାର କିରଣ ବଳଦେବଙ୍କ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ୱେଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ