କେନ୍ଦ୍ରାପଡାରେ ଏନ.ଆର.ସି.ପାଇଁ ଶାନ୍ତିଯୁଦ୍ଧ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଏନ.ଆର.ସି.କୁ ନେଇ ପ୍ରାକ୍ତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଓ ଦଳିତ ସଂପ୍ରଦାୟର ଲୋକମାନେ ଯୋଗଦେଇଥିଲେ । ସଂପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଏନ.ଆର.ସି. ଓ ସିଟିଜେନ ଆଇନକୁ ପ୍ରତିବାଦ କରାଯିବା ପାଇଁ ଏକ ନୀରବ ଶୋଭାଯାତ୍ରା ନୂଆ ଇଦଗା ପଡିଆ ଠାରୁ ବାହାରି ବାଇପାସ ରୋଡ ଓ ବଡକୋଠା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିବ । ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ଏହି ଆଇନକୁ ବିରୋଧ କରିବାକୁ ଚାହୁଁଥିବା ସମଭାବାପନ୍ନ ଦଳ ଓ ବ୍ୟକ୍ତିମାନେ ଯୋଗଦେବାକୁ ନିବେଦନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର, ପୂର୍ବତନ କାଉନସିଲର ହିବଜୁର ରହେମାନ, ନଗେନ୍ଦ୍ର ଜେନା, ବିଜେଡି ସଂଖ୍ୟାଲଘୁ ଯୁବ ସେଲ ଅଧ୍ୟକ୍ଷମହମ୍ମଦ ମୀର ଅମୀର, ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ମହମ୍ମଦ ଇନାୟତ (ଚନ୍ଦନ), ସେକ ଗୋଫ୍ରାନ, ମହମ୍ମଦ ନିଆଜ(ମତୁ), ସେକ ତଜମୁଲ ହୋସେନ, ସୟଦ ନରୁଦ୍ଦିନ, ସେକ ଗୟାସୁଦ୍ଦିନ ଖାନ, ସଲିମ ଖାନ, ଅବୁସାନ ଅଲ୍ଲୀ, ସେକ ଲିୟାକତ, ସେକ ଅସଲାମ, କଲିମ ଖାନ, ସୟଦ ଅକମଲ ଅଲ୍ଲୀ, ୟାସିର ଆରାଫତ, ଅବଦୁଲ ମୋତିମ, ଅବଦୁଲ ମଜିଦ, ସେକ ନସିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।


