କେନ୍ଦ୍ରାପଡାରେ ଏସଏଚଜି ନିର୍ମିତ ଝୋଟର ରାକ୍ଷୀ ମିଳିବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସ୍ୱେଛାସେବୀ ଅନୁଷ୍ଠାନ ‘ରାଇଡ’ଏବଂ କଲିକତାର ନିନଫେଟ (ଏନ.ଆଇ.ଏନ.ଏଫ.ଇଟି.)ର ମିଳିତ ଆନୁକୂଲ୍ୟରେ ଏକ ଝୋଟରୁ ବିଭିନ୍ନ ନିର୍ମାଣ ସାମଗ୍ରୀ ପ୍ରସ୍ତୃତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଛରେଇ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ନିନଫେଟ (ଏନ.ଆଇ.ଏନ.ଏଫ.ଇଟି.)ର ମୁଖ୍ୟ ବୈଜ୍ଞାନିକ ଲକ୍ଷ୍ମୀକାନ୍ତ ନାୟକ, ତରୁଣ କୁମାର କୁଣ୍ଡୁ ଓ ‘ରାଇଡ’ ଅନୁଷ୍ଠାନର ସମ୍ପାଦକ କିଶୋର କୁମାର ସାହୁ, ଓରମାସର ସିଇଓ ଆଶିଷ କୁମାର ରାଉଳ, ଏଡିଏଚ ଅଜିତ କୁମାର ବିଶ୍ୱାଳ, ମିଶନଶକ୍ତି ଡିପିସି କୈଳାସ କୁମାର ସେନାପତି, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ. ସୂର୍ଯ୍ୟନାରାୟଣ ମିଶ୍ର, ବୈଜ୍ଞାନିକ ନମିତା ମହାପାତ୍ର, ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର, ମାର୍ଶାଘାଇ ବିଏଲସି ବିଜ୍ଞାନ କୁମାର ସେନାପତି, ମାର୍ଶାଘାଇ ବିପିସି ବିକାଶ ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ଝୋଟରୁ କିଭଳି ମୂଲ୍ୟଯୁକ୍ତ ପଦାର୍ଥ ନିର୍ମିତ ହୋଇପାରିବ ଏବଂ ସେହି ପଦାର୍ଥକୁ ବଜାରରେ କିଭଳି ବୀକ୍ରୟ କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ଏହି ଅବସରରେ ନିନଫେଟ (ଏନ.ଆଇ.ଏନ.ଏଫ.ଇଟି.) ଏବଂ ରାଇଡ ଦ୍ୱାରା ପ୍ରସ୍ତୁତ କେତେକ ଝୋଟ ତିଆରି ପଦାର୍ଥକୁ ସେଠାରେ ପ୍ରଦର୍ଶନ କରାଯାଇଥିଲା । ଏହାପରେ କେନ୍ଦ୍ରାପଡାରେ ରାଇଡ ଅନୁଷ୍ଠାନର ସହଯୋଗରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଦ୍ୱାରା ନିର୍ମିତ ଝୋଟ ତିଆରି ରାକ୍ଷୀ ଓ ଜୁଟ ଫ୍ରେମକୁ ଦର୍ଶାଯାଇଥିଲା । ଏହି ଅବସରରେ ରାଇଡ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ଯେ କେନ୍ଦ୍ରାପଡାରେ ଆଗାମୀ ରକ୍ଷାବନ୍ଧନରେ ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ନିର୍ମିତ ଝୋଟ ରାକ୍ଷୀ ସହିତ ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ସୁଲଭ ମୂଲ୍ୟରେ ମିଳିପାରିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ