କେନ୍ଦ୍ରାପଡାରେ ଜନତା କର୍ଫୁକୁ ସଫଳ ପାଇଁ ନିବେଦନ
କେନ୍ଦ୍ରାପଡା:ସଂପ୍ରତି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁର ଆତଙ୍କ ବିରୁଦ୍ଧରେ ଜନ ସଚେତନତା ଓ ଜନ ପ୍ରତିରୋଧ ଭାବ ସୃଷ୍ଟି କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଆହ୍ୱାନ ଓ ରାଜ୍ୟ ସରକାରଙ୍କ ସମର୍ଥନ ଆଗାମୀ ଦିନରେ ଭାରତବାସୀଙ୍କ ମନରେ ବଳବତ୍ତର ରହିବା ନିମନ୍ତେ ଦୃଢ ମନୋବଳ ସୃଷ୍ଟି କରିଛି ଓ ସଂଘବଦ୍ଧ ଭାବେ ଏହାର ମୁକାବିଲା କରିବା ନିମନ୍ତେ ଆହ୍ୱାନ ଦେଇଛି । ସମଗ୍ର ମାନବ ଜାତି ଏହି ସଂକ୍ରମଣରୁ କିପରି ରକ୍ଷା ପାଇ ପାରିବ ସେଥି ନିମନ୍ତେ ଏହି ଜନତା କର୍ଫ୍ୟୁକୁ ସଫଳ କରିବା ନିମନ୍ତେ କେନ୍ଦ୍ରାପଡାର ପୂର୍ବତନ ନଗରପାଳ ତଥା ଆଇନିଜୀବି ବିଜୟ କୃଷ୍ଣ ସାହୁ, ପୂର୍ବତନ ସରକାରୀ ଓକିଲ ଗୌର ପ୍ରସାଦ ମହାପାତ୍ର, ପୂର୍ବତନ ସଂପାଦକ ନୃସିଂହ ଚରଣ ରାଉତ, ପୂର୍ବତନ ଉପସଭାପତି ନେହୁରୁ ସାହୁ,ଯୁବ ଆଇନଜୀବି ନୀଳକଣ୍ଠ ନାୟକ, ସମବାୟବିତ ତଥା ଆଇନଜୀବି ପ୍ରଫୁଲ୍ଲ କୁମାର ସାହୁ, ପୂର୍ବତନ କାଉନ ସିଲର ରମାନାଥ ରାଉତ, ସମାଜସେବୀ ବିପଦଭଞ୍ଜନ ଦାସ ଓ ଦୁର୍ଗା ଚରଣ ମହାନ୍ତି ପ୍ରମୁଖ ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।