ଦୁର୍ନିତୀ ଓ ବେଆଇନ କାର୍ଯ୍ୟକଳାପ ପାଇଁ ସମିତି ସମ୍ପାଦକଙ୍କ ନାମରେ ଥାନାରେ ଅଭିଯୋଗ

କେନ୍ଦ୍ରାପଡା:ଦୁର୍ନିତୀ ଓ ବେଆଇନ କାର୍ଯ୍ୟକଳାପ କରିଥିବାରୁ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ତଥା ଶ୍ୟାମସୁନ୍ଦରପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକଙ୍କ ଅତିରିକ୍ତ ଦାଇତ୍ୱରେ ଥିବା ତପନ କୁମାର ସ୍ୱାଇଁଙ୍କ ନାମରେ ବେସାମରିକ ଯୋଗାଣ ଅଧିକାରୀ ଓ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ନିର୍ଦେଶ କ୍ରମେ ଉଭୟ ସମିତିର ପ୍ରଶାସକ ଦାଇତ୍ୱରେ ଥିବା ବିଜୟ କୁମାର ପ୍ରଧାନ ପଟ୍ଟାମୁଣ୍ଡାଇ ଥାନାରେ ଗୁରୁବାର ଅଭିଯୋଗ କରିଥିବା ସୂଚନା ମିଳିଛି । ଅଭିଯୋଗରୁ ପ୍ରକାଶ ଯେ ବଡପଡା ସମିତି ଅଧିନ ଜ୍ୟୋତି ପ୍ରକାଶ ପ୍ରଧାନ ଓ ବନମାଳି ମହାପାତ୍ର ନାମକ ୨ଜଣ ଚାଷୀ ସମବାୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ବଡପଡା ସମିତି ସମ୍ପାଦକ ସମିତି କାର୍ଯ୍ୟାଳୟ ବଦଳରେ ତାଙ୍କ ଘରେ ଅଫିସ କାର୍ଯ୍ୟ କରିବା,ସେ ଜଣେ ନନକାର୍ଡର ସମ୍ପାଦକ ହୋଇଥିଲେ ବି ୨ଟି ସମବାୟ ସମିତିର ସମ୍ପାଦକ ଦାଇତ୍ୱରେ ରହିବା,ବଡପଡା ସମିତିରେ ଅନୁପସ୍ଥିତ ରହୁଥିବା,୨ପ୍ରତିଶତରୁ ଅଧିକ କୃଷିଋଣ ବୀମା ବାବଦକୁ ସମିତିର ପଞ୍ଜିକୃତ ଚାଷୀଙ୍କ ଠାରୁ ଅର୍ଥ କଟାଯିବା,ଜମାବହିରେ ସୁଧ ହିସାବ କରାନଯିବା,ମୃତକଙ୍କ ନାମରେ କୃଷିଋଣ ପ୍ରଦାନ କରାଯିବା,ଗତ ୨୦୧୮ବର୍ଷରେ ସମିତିର ଋଣୀଙ୍କ ଠାରୁ ଜୀବନବୀମା ବାବଦକୁ ପ୍ରତ୍ୟେକଙ୍କ ଠାରୁ ୨୦୫ଟଙ୍କା କଟାଯାଇଥିଲେ ମଧ୍ୟ ମୃତଚାଷୀଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ କରାନଯିବା ଓ ଭୂମିହୀନଙ୍କୁ କୃଷିଋଣ ପ୍ରଦାନ ଭଳି ବହୁ ଦୁର୍ନିତୀରେ ଲିପ୍ତ ରହିଥିବା ଅଭିଯୋଗ କରିଥିଲେ । ଏତଦବ୍ୟତିତ ଶ୍ୟାମସୁନ୍ଦରପୁର ସମିତି ଅଧିନ ମୁଳୁଗାଁ ଗ୍ରାମର ଚାଷୀ ବିଜୟ କୁମାର ରାଉତ ସମବାୟ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ,ବେସାମରିକ ଯୋଗାଣ ଅଧିକାରୀ ଓ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କୁ ଅଭିଯୋଗ କରିଥିଲେ ଯେ ତାଙ୍କ ନାମରେ ଜମି ଥାଇ ସେ ସମିତିରେ ଧାନ ବିକ୍ରୀ କରିପାରୁନଥିବା ବେଳେ ତାଙ୍କ ଜମିକୁ ସେ କାହାରିକୁ ଭାଗଚାଷ କରିବାକୁ ଦେଇନଥିବା ବେଳେ ତାଙ୍କ ଜମିକୁ ଅନ୍ୟକୁ ଭାଗଚାଷ ପାଇଁ ଦିଆଯାଇଥିବା ଦର୍ଶାଇ ସେମାନଙ୍କ ଠାରୁ ସମିତି ଧାନ କ୍ରୟ କରାଯାଇଥିବା ବେଳେ ସମିତିର ସମ୍ପାଦକଙ୍କ ସମ୍ପର୍କୀୟଙ୍କୁ ଭାଗଚାଷୀ ବୋଲି ଦର୍ଶାଇ ତାଙ୍କ ଠାରୁ ସମିତି ବେଆଇନ ଭାବରେ ଧାନ କିଣି ବେପାର କରିବା ସହ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ ତଦନ୍ତ ପୂର୍ବକ ସିଏସଓ ଏବଂ ଏଆରସିଏସଙ୍କ ପରାମର୍ଶ କ୍ରମେ ଉଭୟ ସମିତିର ପ୍ରଶାସକ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ରାଜନଗର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଜ୍ଞାନରଞ୍ଜନ ନାୟକ ଜନୈକ ଭାଗଚାଷୀଙ୍କ ନାମରେ ମାତ୍ର ଏ.୯୯ଡେସିମିଲ ଜମି ଥିବା ବେଳେ ତାଙ୍କ ନାମରେ ଏ ୯୯.୦୦କର ଜମିଥିବାର ବେଆଇନ ଭାବରେ ସମିତି ସମ୍ପାଦକ ଦର୍ଶାଇ ତାଙ୍କ ଠାରୁ ଧାନ କିଣିବା ପାଇଁ ତାଙ୍କୁ ୨୦ଟି ଟୋକନ ଇସୁକରି ଧାନ କିଣିବା ଆରମ୍ଭ କରିଥିବାରୁ ସମିତି ସମ୍ପାଦକ ଶ୍ରୀ ନାୟକଙ୍କ ନାମରେ ରାଜନଗର ଥାନାରେ ଏଫ.ଆଇ.ଆର ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଦାସଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ