କେନ୍ଦ୍ରାପଡାରେ ନିଆରା ବିବାହ କରି ଚର୍ଚ୍ଚାରେ ପ୍ରସନ୍ନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାରୁଅ ଅଞ୍ଚଳର ଯୁବକ ପ୍ରସନ୍ନ ପରିଡା ଏକ ନିଆରା ବିବାହ କରି ସମାଜ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି । ବିବାହ ସମୟରେ ଗୋପୂଜନ ଓ ସାଧୁସନ୍ଥଙ୍କୁ ବନ୍ଦନା କରି ବାହା ବେଦୀରେ ତାଙ୍କର ହସ୍ତଗଣ୍ଠି ପଡିଛି । ବିନା ବାଜାବାଣ, ବିନା ରୋଷଣୀରେ ଆସି ସେ ବିବାହ କରିବା ସହିତ ବରଯାତ୍ରୀ ଓ ଅତିଥିଙ୍କୁ ପ୍ରସାଦ ସେବନ କରାଇଛନ୍ତି । ସମ୍ପ୍ରତି ଭାରତୀୟ ସମାଜରେ ଉଗ୍ର ଆଧୁନିକତାର ପ୍ରଭାବରେ ସନାତନ ସଂସ୍କୃତି ଅବକ୍ଷୟମୁଖୀ ହୋଇପଡିଛି । ବିବାହ ପରି ଏକ ପବିତ୍ର ପରମ୍ପରାକୁ ଲୋକେ ନାନା ଆଡମ୍ବରରେ ପାଳନ କରିବା ସହିତ ପରିବେଶର ଅଶେଷ କ୍ଷତି ସାଧନ କରୁଛନ୍ତି । ଉଚ୍ଚ ସ୍ୱରରେ ଡିଜେ ବଜାଇ ଧ୍ୱନି ପ୍ରଦୁଷଣ କରିବା ଏବଂ ନିଶା ସେବନ ଏବେ ବିବାହର ଏକ ଅବିଛେଦ୍ୟ ଅଙ୍ଗ ପାଲଟିଯାଇଛି । କେବଳ ସେତିକି ନୁହେଁ ବିବାହ ଭୋଜିରେ ପଶୁ ହତ୍ୟା ପରି ପାପ ମଧ୍ୟ ଆମେ କରିବାକୁ ପଛାଉ ନାହୁଁ । ଏଭଳି ପରିସ୍ଥିତିରେ ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ବର ପ୍ରସନ୍ନ ଓ କନ୍ୟା ମିତା ଏହି ଆଦର୍ଶ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗୋପଛକ ସ୍ଥିତ କମଳ ଭବନରେ ଉଭୟ ବର କନ୍ୟା ପ୍ରଥମେ ଗୋପୂଜନ କରିଥିଲେ । ଗୋମାତାଙ୍କୁ ପୂଜା କରିବା ସହ ଆଶ୍ରିର୍ବାଦ ଲାଭ କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ସାଧୁ ବନ୍ଦନା ଓ ସମ୍ବର୍ଦ୍ଧନା । ରାଜ୍ୟର ବିଭିନ୍ନ ମଠ ଓ ଧର୍ମାନୁଷ୍ଠାନରୁ ଆସିଥିବା ପ୍ରାୟ ୨୦ଜଣ ସାଧୁଙ୍କୁ ବରକନ୍ୟା ପୂଜାର୍ଚ୍ଚନା କରି ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଶେଷରେ ବୈଦିକ ରୀତିନୀତିରେ ବେଦୀ ଉପରେ ହସ୍ତଗଣ୍ଠି ପଡିଥିଲା । ଏହି ନିଆରା ବିବାହ ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ନବଦମ୍ପତ୍ତିଙ୍କୁ ଆଶ୍ରିର୍ବାଦ କରିଥରଲେ । ଏଭଳି ବିବାହକୁ ନେଇ କେନ୍ଦ୍ରାପଡାରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ