କେନ୍ଦ୍ରାପଡାରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପାରେ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଜିଲ୍ଲାରେ ଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁ ତଳିଆ ଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇ ନାହିଁନଥିବା ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ବନ୍ୟା ପାଣି ଛଡାଯିବା ପରେ ଏହି ଜିଲ୍ଲାଦେଇ ପ୍ରବାହିତ ଲୁଣା,କରାଣ୍ଡିଆ,ଚିତ୍ରୋତ୍ପଳା,ବିରୂପା,ବ୍ରାହ୍ମଣୀ ପ୍ରଭୃତି ନଦୀର ଜଳସ୍ତର ବୃଦ୍ଧିପାଇଛି । ନଦୀ ଗୁଡିକର ଅନେକ ସ୍ଥାନରେ ବିପଦ ସଙ୍କେତର ନିକଟରେ ତଃ ଅନ୍ୟ କେଉଁଠି ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଖବର ମିଳିଛି । ଜିଲ୍ଲା ବନ୍ୟା ନିୟନ୍ତ୍ରଣ କକ୍ଷର ସୂଚନା ଅନୁଯାଇ ଶନିବାର ଅପରାହ୍ନ ୩ଟା ସୁଦ୍ଧା କେନ୍ଦ୍ରାପଡା ଜଳସେଚନ ଡିଭିଜନ ଅଧିନ ଲୁଣା ନଦୀର ପୁବଂଶ ଠାରେ ବିପଦ ସଙ୍କେତ ସ୍ତର ୩୫.୬୦ଫୁଟ ଥିବା ବେଳେ ସେଠାରେ ୩୫.୨୮ଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ଦାନପୁର ଠାରେ ବିପଦ ସଙ୍କେତ ସ୍ତର ୩୩.୧୦ ଥିବା ବେଳେ ସେଠାରେ ୩୨.୫୫ଫୁଟ,ବସପୁର ଠାରେ ବିପଦ ସଙ୍କେତ ସ୍ତର ୨୯.୭୦ଥିବା ବେଳେ ସେଠାରେ ବିପଦ ସଙ୍କେତ ଉପରେ ୩୦ଫୁଟ,ମାର୍ଶାଘାଇ ଠାରେ ବିପଦ ସଙ୍କେତ ସ୍ତର ୨୧.୮୦ ଥିବା ବେଳେ ସେଠାରେ ମଧ୍ୟ ବିପଦ ସଙ୍କେତ ଉପରେ ୨୨ଫୁଟ ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି । ସେହିଭଳି ଚିତ୍ରୋତ୍ପଳା ନଦୀର ପାଟକୁରା ଠାରେ ବିପଦ ସଙ୍କେତ ସ୍ତର ୨୨.୪୦ଫୁଟ ଥିବା ବେଳେ ସେଠାରେ ୨୧.୫୦ଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ନଦୀର ଇନ୍ଦୁପୁର ଠାରେ ବିପଦ ସଙ୍କେତ ସ୍ତର ୮.୮୪ମିଟର ଥିବା ବେଳେ ସେଠାରେ ୮.୨୩ ଫୁଟ ପ୍ରବାହିତ ହେଉଛି ଓ ଅଳଭା ଠାରେ ବିପଦ ସଙ୍କେତ ସ୍ତର ୬.୦୫ ମିଟର ଥିବା ବେଳେ ସେଠାରେ ୪.୯୯ମିଟର ଓ ବିରୂପା ନଦୀର ଗୋପାଳପୁର ଠାରେ ବିପଦ ସଙ୍କେତ ସ୍ତର ୧୧.୧୯ ଥିବା ବେଳେ ସେଠାରେ ୧୦.୦୫ ବନ୍ୟା ଜଳ ପ୍ରବାହିତ ହେଉଛି । ଏହିସବୁ ସ୍ଥାନରେ ୮ଟି ଘଳିଆ ପଡିଥିବା ସୂଚନା ପ୍ରଦାନ କରାଯାଇଛି । ବେଣୀପୁର ଠାରେ ଏକ ଘାଇ ହୋଇ ଥିବା ମଧ୍ୟ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ