କେନ୍ଦ୍ରାପଡାରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ଶିଳ୍ପ ସଚିବ ହେମନ୍ତ ଶର୍ମା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ଶନିବାର ସମୀକ୍ଷା କରିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚୀବ ହେମନ୍ତ ଶର୍ମା । ବନ୍ୟା ଅଂଚଳରେ ବିପନ୍ନମାନଙ୍କୁ ପିଇବା ପାଣି ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିବା ସହିତ ଏଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା, ମହାକାଳପଡା ଓ ଡେରାବିଶି ବ୍ଲକର ୫୪ଟି ଗ୍ରାମପଂଚାୟତର ପ୍ରାୟ ୧ଲକ୍ଷ ୨୨ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ତଳିଆ ଅଂଚଳରେ ଥିବା ୩ହଜାର ୬ଶହ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏକହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ଏବଂ ୨ହଜାର ୬ଶହ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବିପନ୍ନମାନଙ୍କ ସହାୟତା ଓ ଉଦ୍ଧାର କାର୍ଯ୍ୟ ନିମିତ ୪ଟି ଏନ.ଡି.ଆର.ଏଫ.୪ଟି ଓ.ଡ୍ରା.ଫ. ଏବଂ ୧୨ଟି ଅଗ୍ନିଶମ ବାହିନୀକୁ ଜିଲ୍ଲାରେ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨୦ଟି ଯନ୍ତ୍ର ଚାଳିତ ଓ ଦେଶୀ ଘରୋଇ ଡଙ୍ଗା ପ୍ରସ୍ତୁତ ରଖାଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ଶାସନ ସଚୀବ ଶ୍ରୀ ଶର୍ମାଙ୍କୁ ଅବଗତ କରାଇଥିଲେ । ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ବିଭିନ୍ନ ଦୁର୍ବଳ ସ୍ଥାନମାନଙ୍କରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରି ରଖିବା ପାଇଁ ସଚୀବ ଶ୍ରୀ ଶର୍ମା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜଳସଂପଦ ବିଭାଗର ଅତିରିକ୍ତ ସଚୀବ ସୁରେଶ ଚନ୍ଦ୍ର ଦଳେଇ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଡି.ଆର.ଡି.ଏ.ର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଭାରପ୍ରାପ୍ତ ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ