କେନ୍ଦ୍ରାପଡାରେ ବୃତ୍ତିଚୟନ କାର୍ଯ୍ୟକ୍ରମ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବୃତ୍ତିଚୟନ କାର୍ଯ୍ୟକ୍ରମ ୫ଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ହାଇସ୍କୁଲ, ତ୍ରିଲୋଚନପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କପାଳେଶ୍ୱର ଉଚ୍ଚ ବିଦ୍ୟାଳୟ, ବି.ବି. ଉଚ୍ଚବିଦ୍ୟାଳୟ ଏବଂ ଗୋଗୁଆ ଉଚ୍ଚବିଦ୍ୟାଳୟରେ ଏହି ବୃତ୍ତିଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୦୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହାବ୍ୟତିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପଟ୍ଟାମୁଣ୍ଡାଇ ଏବଂ ଛତା ସରକାରୀ ପଲିଟେକ୍ନିକରେ ଛାତ୍ରୀମାନଙ୍କ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ନିମନ୍ତେ ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଏମ୍.ଜି.ଏନ୍.ଏଫ.ର ଭୋମିୟା କାଲୋ ଏବଂ କେନ୍ଦ୍ରାପଡା ଓା୍ୱଇ. ପି. ଏମ.ସି.ସି.ର ରିଚା ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।