କେନ୍ଦ୍ରାପଡାରେ ଭାଗବତ ପ୍ରସାଦ ମହାନ୍ତିଙ୍କ ରାଜ୍ୟ ସ୍ତରୀୟ ସ୍ମୃତି ସମାରୋହ
କେନ୍ଦ୍ରାପଡା -ପୂର୍ବତନ ମନ୍ତ୍ରୀ ତଥା ସମାଜବାଦ ଆଦର୍ଶରେ ଅନୁବନ୍ଧିତ ସୂଗ୭ତ ଭାଗବତ ପ୍ରସାଦ ମହାନ୍ତି ଥିଲେ ବ୍ୟକ୍ତି ସତ୍ତାର ଉର୍ଦ୍ଧ୍ୱକୁ ଉନ୍ନୀତ ଏକ ଅନନ୍ୟ ଅନୁଷ୍ଠାନ । ରାଜନୀତିକୁ ସମାଜସେବାର ବୃହତ୍ତର ପରିଧି ଭାବେ ବିବେଚନାକରି ଜନ୍ମମାଟି କେନ୍ଦ୍ରାପଡାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେ ବହୁ ଉଦ୍ୟମ କରିଥିଲେ । ତାଙ୍କୁ ଦଳମତ ନିର୍ବିଶେଷରେ ବିକାଶ ପୁରୁଷ କହିବାରେ କୈାଣସି ଦ୍ୱିଧାବୋଧ ରହିବା ଅନୁଚିତ ବୋଲି ଭାଗବତ ମହାନ୍ତି ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ତହସିଲ ଅଫିସ ସମ୍ମୁଖ ପଡିଆରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍ମୃତି ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ମୃତି କମିଟିର ସଭାପତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ, ଅଲେଖ କୁମାର ଜେନା, ଦୋଳଗୋବିନ୍ଦ ନାୟକ, ଉତ୍କଳ କେଶରୀ ପରିଡା, ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବିଜେପି ନେତା ଭୂବନମୋହନ ଜେନା, ସୁନାକର ବେହେରା, ପ୍ରାକ୍ତନ ପୋରାଧ୍ୟକ୍ଷ ଧିରେନ ସାହୁ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ କୁମାର ରାଉତ, ଅଧ୍ୟାପକ ଅଜୟ କୁମାର ସାମଲ, ହିରଣ୍ୟ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ. ଅଲେଖ ଚନ୍ଦ୍ର ପଢିହାରୀ, ଭଜକୃଷ୍ଣ ରାଉତ,ଈଶ୍ୱର ଚନ୍ଦ୍ର ସାହୁ, ଚଳଚିତ୍ର ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁ,କବୟତ୍ରୀ ଡଃ.କଳ୍ପନା ମହାନ୍ତି,ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ, ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ, ପରିକ୍ଷୀତ ପାତ୍ର, ଦେବେନ୍ଦ୍ର ସୂଆର, ବାମପନ୍ଥୀ ନେତା ଉମେଶ ଚନ୍ଦ୍ର ସିଂ, ବାବାଜୀ ଧଳ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ଅବସରପ୍ରାପ୍ତ ଜିଲ୍ଲାଜଜ କୁଞ୍ଜବିହାରୀ ସାହୁ, ଅନାଥବନ୍ଧୁ ସାହୁ, ପ୍ରହ୍ଲାଦ ସାହୁ, ବରିଷ୍ଠ ଚିକିତ୍ସକ ଡା.ବୈଷ୍ଣବ ଚରଣ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଆଲୋକ ସାହୁ, ରାଜେଶ ପଣ୍ଡା, ଗରାପୁର ଶିବାନନ୍ଦ ଆଶ୍ରମର ମୁଖ୍ୟ ସଂଚାଳିକା ସ୍ୱାମୀ ଦିବ୍ୟସୂରୁପାନନ୍ଦଜୀ , ରାଜ୍ୟ ମତ୍ସ୍ୟଜୀବି କଂଗ୍ରେସ ସଭାପତି ହଳଧର ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପୂର୍ବତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ବଟକୃଷ୍ଣ ପ୍ରଧାନ, ଡଃ.ଦେବେନ୍ଦ୍ର ରାୟ,ପ୍ରଫୁଲ୍ଲ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ଶିବ ପ୍ରସାଦ ବିଶ୍ୱାଳ, ସୟଦ ଅବଦୁଲ ସତ୍ତାର, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଆଇନଜୀବି ପ୍ରଦିପ କୁମାର ଦାଶ, ବିଧୁଭୂଷଣ ମହାପାତ୍ର, ଅବିନାଶ ଚୈାଧୁରୀ, ଇଂ ଜ୍ଞାନଦେବ ବେଉରା, ବୈଦ୍ୟନାଥ ଚାଟାର୍ଜୀ, ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ସେବାଦଳର ଜୟଦେବ ପରିଡା, ସର୍ବେଶ୍ୱର ସେଠି, ସଂଗ୍ରାମୀ ବିମ୍ବାଧର ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ଧରଣୀଧର ସୂଆର, ଆଦିକନ୍ଦ ରାଉଳ, ଅର୍ବାନ ବ୍ୟାଙ୍କ ସି.ଇ.ଓ.ସୁଶିଲ କୁମାର ସାମଲ, ଶିକ୍ଷକ ନେତା ବିଧାନ ଚନ୍ଦ୍ର ସାମଲ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସୂର୍ଗତ ମହାନ୍ତିଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ .. ଗାନ କରାଯାଇଥିଲା । ଡଃ.ବାସୁଦେବ ଦାସଙ୍କ ଦ୍ୱ ।ରା ସମ୍ପାଦିତ ସ୍ମରଣିକା “ଅପ୍ରତିହତ ଯୋଦ୍ଧା – ଭାଗବତ ପ୍ରସାଦ ମହାନ୍ତି”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୂର୍ବାହ୍ନରେ ପୂଣ୍ୟତୋୟା ଗୋବରୀ ନଦୀ ଘାଟରେ ସୂର୍ଗତ ମହାନ୍ତିଙ୍କ ଉଦେଶ୍ୟରେ ତିଳତର୍ପଣ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସମାରୋହକୁ କମିଟି ସଦସ୍ୟ ଅକ୍ଷୟ କୁମାର ପାଣି ସଂଯୋଜନା କରିଥିଲେ । ଶେଷରେ ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ.ଅମୀୟ ଜେନା, ଗୋପାଳକୃଷ୍ଣ ଜେନା, ମୁକ୍ତାର ଖାନ, ସମ୍ବିତ ଶ୍ରୀଚନ୍ଦନ, ମୀର ମୁର୍ଶିଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।