ବେଆଇନି ମୋରମ ଖନନକୁ ବିରୋଧ କଲେ ଗ୍ରାମବାସୀ

ହାଟଡ଼ିହି, : ହାଟଡିହି ବ୍ଲକ ଧନୁର୍ଜୟପୁ ପଞ୍ଚାୟତର ନୁଆରଗୁଡି ଗ୍ରାମର ଏକ ସରକାରୀ ଜମିରୁ ବେଆଇନି ଭାବେ ମୋରମ ଉତ୍ତୋଳନକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଜଣେ ଲିଜ ହୋଲ୍ଡର ଲିଜ ଏରିଆରୁ ମୋରମ ଉତ୍ତୋଳନ ନକରି ସରକାରୀ ଜମି ଓ କିଛି ବ୍ୟକ୍ତିଙ୍କ ପଟ୍ଟାଭୁକ୍ତ ଜମିରୁ ହଜାର ହଜାର ଟ୍ରିପ ମୋରମ ଉତ୍ତୋଳନ କରି ନେଇଥିଲେ । ଫଳରେ ଗ୍ରାମବସୀମାନେ ଏପରି ବେଆଇନି ମୋରମ ଉତ୍ତୋଳନକୁ ବିରୋଧ କରିବାକୁ ନିଷ୍ପତି ନେଇଥିଲେ । ଆଜି ଆଗରପଡା ଅଞ୍ଚଳର ଜୈନିକ ମୋରମ ମାଫିଆ ଏକ ହିଟାଚି ମେସିନି ଆଣି ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ମୋରମ ଉତ୍ତୋଳନ କରିବାକୁ ଗଲାବେଳକୁ ଗ୍ରାମ ବାସୀମାନେ ଏହାକୁ ବିରୋଧ କରିବା ସହ ମେସିନି ଟିକୁ ଅଟକ ରଖିଛନ୍ତି । ତହସିଲ ପକ୍ଷରୁ ଲିଜ ଦିଆଯାଇଥିବା ଜମି ବ୍ୟତିତ ଅନ୍ୟ କୌଣସି ଠାରେ ଇଞ୍ଚେ ମୋରମ ଖୋଳିବାକୁ ଦେବୁନୁ ବୋଲି ରଞ୍ଜନ ନାଇକ, ନାରାୟଣ ସାମଲ, ଗୋବିନ୍ଦ ଜେନା, କୁନି ନାଇକ, ବିଳାଶି ନାଇକ, ଉର୍ବସୀ ନାଇକ, ଚମ୍ପା ହୋ, ତୁଳସୀ ବୈନାହୀ, ପ୍ରଫୁଲ ତନ୍ତି, ଲବଙ୍ଗ ତନ୍ତି, ଦମୟନ୍ତୀ ଗଜ, ଝୁମୁରି ବିଶ୍ୱାଳ ପ୍ରମୁଖ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଏବେ ସୁଧା ଶହଶହ ଲୋକ ମେସିନି ନିକଟରେ ଜଗି ବସିଛନ୍ତି । ବିନା ଗ୍ରାମସଭାରେ ତହସିଲ ପକ୍ଷରୁ କିପରି ଏଠାରେ ୫ବର୍ଷିୟା ମୋରମ ଖଣି ଲିଜ ଦିଆଗଲା ବୋଲି ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ