କେନ୍ଦ୍ରାପଡାରେ ମହାଶିବରାତ୍ରୀ ଉତ୍ସବ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଆଜି କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରି ରାତ୍ରୀ ଉଜାଗରରେ ରହି ଜାଗର ଜାଳିବେ । କେନ୍ଦ୍ରାପଡା ସହରର ଗୋପସ୍ଥିତ ଅମରେଶ୍ୱର, ବଡବାରଙ୍ଗର ଦେଉଳେଶ୍ୱର, ବିରସ୍ୱତୀର ରାମେଶ୍ୱର, କଜଳାର ବିଲେଶ୍ୱର, ଗରାପୁରର କପାଳେଶ୍ୱର, କଚେରୀଡିହର ବଟେଶ୍ୱର, ଭରତପୁରର ଅମରେଶ୍ୱର  ଶିବ ମନ୍ଦିରରେ ମହାଶିବରାତ୍ରୀ ଓ  ଜାଗରଯାତ୍ରା ଉତ୍ସାହ ଓ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ପ୍ରତି ମନ୍ଦିରରେ ମହାଦେବଙ୍କୁ ରୁଦ୍ରାଭିଷେକ କରାଯାଇ ହରିହର ମିଳନ, ଘୃତଯଜ୍ଞ ଅନୁଷ୍ଠିତ ହେବା ପରେ ବିଳମ୍ବିତ ରାତିରେ ମହାଦୀପ ଉଠିଥିଲା । ଧୂପଦୀପ ଓ ଆଳତୀ କରାଯାଇ ଶିବସ୍ତୋତ୍ର ଓ  ସ୍ତୁତିପାଠ ପୂର୍ବକ ନାମ ସଂକୀର୍ତ୍ତନ କରାଯାଇଥିଲା । ଏଥିସହିତ  ସହରର କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୁକ୍ରବାର ପ୍ରାତଃ ୪ଟା ସମୟରେ ବିଲେଶ୍ୱରଙ୍କୁ ମହାସ୍ନାନ କାରାଯାଇ ପ୍ରାତଃ ୫ଟା ସମୟରେ ମଙ୍ଗଳା ଆରତି କାରାଯାଇଥିଲା । ହଜାର ହଜାର ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସନ୍ଧ୍ୟା ୮ଟାରେ ମହାଦେବଙ୍କ ମହାଭିଷେକ କରାଯାଇଥିଲା ।  ମନ୍ଦିର ପରିସରରେ ବହୁ ଭକ୍ତ ଦିନସାରା ଉପବାସ ବ୍ରତ ପାଳନ କରି ମହାଦୀପ ଉଠିବା ପର୍ଯନ୍ତ ଦୀପ ଜାଳି ବସିରହିଥିଲେ । ଏହାପରେ ରାତି ୧୧ଟା ସମୟରେ ମହାଦୀପ ଉଠିଥିଲା । ଏହି ଜାଗର ଯାତ୍ରାକୁ ବିଲେଶ୍ୱର ମନ୍ଦିର କମିଟିର ସଭାପତି ମହେନ୍ଦ୍ର ମିଶ୍ର, ସମ୍ପାଦକ ଗୈାତ୍ତମ ମଲ୍ଲିକ, ନିମାଇଁ ଚରଣ ଦାସ, ସୁରେନ୍ଦ୍ର ସାହୁ, ଦେବରାଜ କର, ପୃଥିରାଜ କର, ଶୁଭମ୍ କୁମାର ବେହୁରା, ଗୋବିନ୍ଦ  ନାୟକ, ବିଜୟ କର, ସ୍ୱରୁପ ରାଉତରାୟ  ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ