କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପ୍ରକଳ୍ପର ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପ୍ରଦକ୍ଷୀଣ ଗୃହ ସମ୍ମିଳନୀ କକ୍ଷରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଉପଦେଷ୍ଟା ସବିତା ମହାପାତ୍ର କେନ୍ଦ୍ରାପଡା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରୁ ଜଣାପଡିଥିଲା ଯେ କେନ୍ଦ୍ରାପଡା ବିଭାଜନ ନଂ-୨ ଅଧିନ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଫେଜ-୧ରେ ଥିବା ୧୧୩୩.୬୩କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୨୧.୦୫ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଫେଜ-୨ରେ ୭୦୫.୨୯କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୧୧.୯୪୪କିଲୋମିଟର ରାସ୍ତା ନିର୍ମାଣ ଶେଷ ହୋଇଛି । ଫେଜ-୩ରେ ୧୧୮୧.୩୬କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୨୧.୯୦୨କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ସଡକ ଯୋଜନା(ନୂଆ) ସ୍କିମରେ ୨୫୯୪.୩୧କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୪୪.୨୯କିଲୋମିଟର ଲମ୍ବ ରାସ୍ତା ମଧ୍ୟରୁ ୮୭୬.୪୪୦କୋଟି ଟଙ୍କା ବ୍ୟୟ କରାଯାଇ ୧୭.୫୩ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିଭାଜନ ନଂ-୨ ଅଧିନ ମୋଟ ୫୬୧୪.୫୯କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୯୯.୧୮୬କିଲୋମିଟର ରାସ୍ତା ମଧ୍ୟରୁ ୩୬୨୪.୧୯କୋଟି ଟଙ୍କା ବ୍ୟୟ କରାଯାଇ ୭୨.୧୫କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେହିପରି କେନ୍ଦ୍ରାପଡା ବିଭାଜନ ନଂ-୧ ଅଧିନ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷରେ ୧୫୫୬.୨୨କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୮ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୦୧୭-୧୮ରେ ୮୮୪.୧୮କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୩ଟି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୨୦ଓ୧୮-୧୯ବର୍ଷରେ ୧୩୨୫.୬୨କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୨୧-୨୨ବର୍ଷରେ ୧୯୧୩.୯୩କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥିବା ୫ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଧ୍ୟରୁ ୪୯୫.୨୯କୋଟି ବ୍ୟୟରେ ନିର୍ମାଣ କାର୍ଯ୍ୟ ଅଗ୍ରସର ଥିବା ବେଳେ କୈାଣସି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ଜଣାପଡିଛି । କେନ୍ଦ୍ରାପଡା ବିଭାଜନ ନଂ-୧ରେ ମୋଟ ୫୬୭୯.୯୫କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଥବା ୨୨ଟି ପ୍ରକଳ୍ପ ମଧ୍ୟରୁ ୪୦୮୭.୮୧କୋଟି ଟଙ୍କା ବ୍ୟୟରେ ୧୭ଟି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ,ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ,ବିଧାୟକଙ୍କ ପ୍ରତିନିଧି ରଶ୍ମୀରଞ୍ଜନ ଭଟ୍ଟ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, କେନ୍ଦ୍ରାପଡା ଗ୍ରାମ୍ୟ ବିଭାଜନ ନଂ-୧ର ନିର୍ବାହୀ ଯନ୍ତ୍ରୀ ଇଂ ରାଜେଶ ପ୍ରଧାନ, କେନ୍ଦ୍ରାପଡା ସହକାରୀ ଯନ୍ତ୍ରୀ ଇଂ ଦୁଖିବନ୍ଧୁ ପ୍ରଧାନଙ୍କ ସମେତ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ପ୍ରଭୃତିର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜନ ପ୍ରତିନିଧି ଏବଂ କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିସହିତ ଉପଦେଷ୍ଟା ଶ୍ରୀମତୀ ମହାପାତ୍ର ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ବିଭିନ୍ନ ପ୍ରକଳ୍ପ ସ୍ଥଳକୁ ମଧ୍ୟ ପରିଦର୍ଶନରେ ଯାଇଥିଲେ ।