କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରତି ଘରୁ ଚାଉଳ ଓ ଜଣେ ଲୋକ ପାଇଁ ଆହ୍ୱାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର କେନ୍ଦ୍ରାପଡା ବ୍ଲକରେ ଏକ ଗଣ କନଭେସନ ଇଛାପୁରସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ବ୍ଲକ ଆବାହକ ଶିକ୍ଷକ ନେତା ଦିବାକର ଜେନାଙ୍କ ସଭାପତିତ୍ୱରେ ସଂଗଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଆବାହକ ଆଇନଜୀବି ରମଣୀରଞ୍ଜନ ରାଉତରାୟ ମେଡିକାଲ କଲେଜର ଆବଶ୍ୟକତା ଓ ମିଳିତ ଭାବେ ଲଢେଇ କରିବାକୁ ବକ୍ତବ୍ୟ ଦେବା ପରେ ଆବାହକ ମଣ୍ଡଳୀ ସଭ୍ୟ ଆଦିକନ୍ଦ ରାଉଳ, ଅଧ୍ୟାପକ ଅଜୟ ସାମଲ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଭଜକୃଷ୍ଣ ରାଉତ ଆଦି ବୈଠକର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ମାର୍ଚ୍ଚ ୪ ତାରିଖ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ପାଇଁ ପତ୍ୟେକ ପରିବାରରୁ ମୁଠି ଚାଉଳ ଆଦାୟ କରାଯିବା ସହିତ ପ୍ରତି ପରିବାରରୁ ଜଣେ ଲୋକ ଯୋଗ ଦେବା ପାଇଁ ନିଷ୍ପତି ହୋଇଛି ଏବଂ ସବୁ ଗାଁକୁ ଗାଁ ପଦଯାତ୍ରା ହେବାପାଇଁ ଆହ୍ୱାନ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜନମଂଚର ନେତା ଗୈାରାଙ୍ଗ ବେହେରା, ଚକ୍ରୋଡା ଗ୍ରାମ ପଂଚାୟତ ସରପଂଚ ବସନ୍ତ କୁମାର ରାଉତ, ପଂଚାୟତ ସମିତି ସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, କପାଳେଶ୍ୱରର ନାୟବ ସରପଂଚ ସୁଜାତା ସାହୁ, ଘାଗରା ସରପଂଚ ରମେଶ ଚନ୍ଦ୍ର ମଲ୍ଲିକ, ଭରତପୁରର ପୂର୍ବତନ ସରପଂଚ ଅକ୍ଷୟ କୁମାର ମନ୍ତ୍ରୀ, କୃଷକ ନେତା ମହେନ୍ଦ୍ର ପରିଡା, କର୍ମଚାରୀ ନେତା ଉପେନ୍ଦ୍ର ନାଥ ପ୍ରଧାନ, ଶିକ୍ଷକ ନେତା ଅବନୀ କୁମାର ମହାନ୍ତି, ବ୍ରଜ କିଶୋର ଜେନା, ମଧୁସୁଦନ ରାଉତ ତଥା ପ୍ରାକ୍ତନ ବିଜ୍ଞାନ ପରିଦର୍ଶକ ନିରଞ୍ଜନ ଜେନା, ଯୁବନେତା ମୃତ୍ୟୁଞ୍ଜୟ ସାହୁ, କ୍ଷିରୋଦ କୁମାର ଖଟୁଆ, ବିପଦ ଭଞ୍ଜନ ବାରିକ, ରମେଶ ଚନ୍ଦ୍ର ସାହୁ, ମଥୁରାନନ୍ଦ ସାହୁ, ବିଜୟ କୁମାର ସ୍ୱାଇଁ, ରମାନନ୍ଦ ଦାସ, କଳପଡା ପଂଚାୟତ ସମିତି ସଭ୍ୟ ସର୍ବେଶ୍ୱର ମଲ୍ଲିକ, ମିନତୀ ବେହେରା ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରି କେନ୍ଦ୍ରାପଡା ବ୍ଲକର ୨୭ଟି ଗ୍ରାମ ପଂଚାୟତରେ ବୈଠକ ଆସନ୍ତା ମାର୍ଚ୍ଚ ୧ ତାରିଖ ମଧ୍ୟରେ ଶେଷ କରି ଗଣ ଧାରଣାକୁ ସଫଳ କରିବା ସହିତ ଏକ ବ୍ଲକ ସ୍ତରୀୟ ଆବାହକ କମିଟି ଗଠନ କରାଯାଇଛି । ଆବାହକ ଭାବେ ଦିବାକର ଜେନା, ସହ ଆବାହକ ଭାବେ ଶିବ ପ୍ରସାଦ ବିଶ୍ୱାଳ, ମୃତ୍ୟୁଞ୍ଜୟ ସାହୁ, ରମେଶ ଚନ୍ଦ୍ର ମଲ୍ଲିକ, ଅକ୍ଷୟ ମନ୍ତ୍ରୀ, ସର୍ବେଶ୍ୱର ମଲ୍ଲିକ, ମଧୁସୁଦନ ରାଉତ, ବିଜୟ ସ୍ୱାଇଁ ପ୍ରମୁଖ ନିର୍ବାଚିଚ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ