କେନ୍ଦ୍ରାପଡାରେ ଶାନ୍ତି-ସଂହତି-ସଦଭାବନା ଯାତ୍ରାକୁ ବିପୁଳ ସ୍ୱାଗତ

କେନ୍ଦ୍ରାପଡା – ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଗାନ୍ଧି ବାର୍ତ୍ତା ପ୍ରଚାର କରିବା ଉଦେଶ୍ୟରେ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ ପ୍ରଭୃତି ଗାନ୍ଧିବାଦୀ ସଂଗଠନ ଗୁଡିକ ପକ୍ଷରୁ ରାଜ୍ୟବ୍ୟାପି ପ୍ରଚାର ଅଭିଯାନର ୨ୟ ପର୍ଯ୍ୟାୟରେ ଝାରସୁଗୁଡାରୁ ବାହାରିଥିବା ଶାନ୍ତି-ସଂହତି – ସଦଭାବନା ଅଭିଯାତ୍ରୀ ଦଳ ଯାଜପୁରରୁ ଆସି ଶୁକ୍ରବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଅଂଚଳରେ ପହଁଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜିଲ୍ଲା ମଧ୍ୟରେ ଅଭିଯାତ୍ରୀ ଦଳକୁ ନେତୃତ୍ୱ ଦେଉଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ,ରାଷ୍ଟ୍ରୀୟ ଯୁବା ସଂଗଠନର ଜାତୀୟ ସଂଯୋଜକ ବିଶ୍ୱଜିତ ରାୟ, ମାନସ ପଟ୍ଟନାୟକ ପ୍ରମୁଖ ପ୍ରବେଶ କରିବା ପରେ ପଥ ମଧ୍ୟରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଅଭିଯାତ୍ରୀ ଦଳ ମହାନ ଗାନ୍ଧୀପୀଠ ଧୂମାତର ଭକ୍ତ ବିଳାସ ମଠ ପରିସରରେ ପହଁଚିବା ପରେ ସେଠାରେ ଅପେକ୍ଷାରତ ସ୍ଥାନୀୟ ଜନସାଧାରଣ ଅଧ୍ୟାପକ ଡଃ.ସଂଗ୍ରାମ କେଶରୀ ରାଉତଙ୍କ ନେତୃତ୍ୱରେ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ସ୍ଥାନୀୟ ସରପଂଚ ନରହରି ପାଣିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଶନିବାର ଅଭିଯାତ୍ରୀ ଦଳକୁ ଗରାପୁର ଛକରେ ଜିଲ୍ଲାପାଳ ସମର୍ଥ ବର୍ମା ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ବାରିମୂଳ ଗାନ୍ଧୀ ସ୍ମତି ପୀଠ ଓ ପରେ ଭାଗବତପୁର ଠାରେ ଅଭିଯାତ୍ରୀ ଦଳକୁ ସ୍ୱାଗତ କରାଯିବା ପରେ ଦୁହୁରିଆ ଛକରେ ସ୍ୱାଗତ କରାଯାଇଥିଲା । ଏହାପରେ ତିନିମୁହାଣି ଛକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତିନିମୁହାଣି ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ଅଭିଯାତ୍ରୀ ଦଳ ସହର ମଧ୍ୟ ଦେଇ ପୁରୁଣା ବସଷ୍ଟାଣ୍ଡରେ ପହଁଚିଥିଲା । ସେଠାରେ ମଧ୍ୟ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଧାୟକ ଶ୍ରୀ ବେହେରା, ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ସିପିଆଇ ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମ) ସାଧାରଣ ସମ୍ପାଦକ ଗୟାଧର ଧଳ, ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ଉପସଭାପତି ପ୍ରଦୀପ କୁମାର ଦାଶ, ଧିରେନ୍ଦ୍ର କୁମାର ଦାସ, ଯୁବନେତା ମହେନ୍ଦ୍ର ମିଶ୍ର,ଓକିଲ ଉମେଶ ଚନ୍ଦ୍ର ସିଂ, ସଞ୍ଜୟ କୁମାର ଜେନା, ଜାହିଦ ଖାଁ, ସେକ ଚନ୍ଦନ, ଦେବଦାସ ମହାନ୍ତି, ହିରଣ୍ୟ ପଣ୍ଡା, ଅବନ୍ତୀ ବେହେରା, ରଣଧିର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଂଯୋଜିତ କରୁଥିବା ଗାନ୍ଧୀ – ୧୫୦ ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ପ୍ରଚାର ଅଭିଯାନର ଉଦେଶ୍ୟ ଜ୍ଞାପନ କରିବା ପରେ ବିଶିଷ୍ଟ ଗାନ୍ଧୀବାଦୀ ଗୋଲଖ ଦାସ, ସଂଗଠନର ଜିଲ୍ଲା ସଭାପତି ଭଜକୃଷ୍ଣ ରାଉତ, ନଳିନୀକାନ୍ତ ପୃଷ୍ଟି, ପାର୍ଥସାରଥୀ ବେହେରା, ଦ୍ରୈାପଦୀ ରାଉତ, ବାସନ୍ତୀ ସାହୁ, ରଞ୍ଜିତ ଦେହୁରୀ ପ୍ରମୁଖ ବର୍ତ୍ତମାନ ସମୟରେ ଗାନ୍ଧୀନୀତି ପ୍ରଚାର ଓ ପ୍ରସାରର ଆବଶ୍ୟକତା କେନ୍ଦ୍ରାପଡା ଗାନ୍ଧୀ ପୀଠର ଐତିହାସିକ ମହାନତା ସମ୍ପର୍କରେ ଆଲୋଚନା କରିଥିଲେ । ଗାନ୍ଧୀ – ୧୫୦ ଅଭ୍ୟର୍ଥନା ସମିତିର ସଭାପତି ବାସୁଦେବ ଦାସ ଜିଲ୍ଲାରେ ପ୍ରଚାର ଅଭିଯାନର ସଫଳତା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ । ଯୁବା ସଂଗଠନରର ସଦସ୍ୟମାନେ ଏକ ସଚେତନତା ଧର୍ମୀ ନାଟକ ପରିବେଷଣ କରିବା ପରେ ଅଭିଯାତ୍ରୀ ଦଳ ମାର୍ଶାଘାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ