ନିର୍ଭୟା ଦୋଷୀ ମୁକେଶ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ : ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ କଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଥିବାବେଳେ ଫାଶୀ ବଞ୍ଚିବା ପାଇଁ ଦୋଷୀମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ଆବେଦନ କରିଥିବାବେଳେ ଏହା ଖାରଜ ହେବା ପରେ ମୁକେଶ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମୁକେଶ ତାଙ୍କ ଯାଚିକାରେ କହିଛନ୍ତି ଯେ, ତାଙ୍କ ଦୟାଯାଚିକା ଉପରେ ତ୍ବରିତ୍ବ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତି ତାଙ୍କ ଦୟାଯାଚିକାକୁ ଠିକ୍‌ ରୂପେ ବିଚାର କରିନାହାନ୍ତି । ଫାଶୀର ସମୟ ନିକଟ ହେଉଥିବାବେଳେ ଦୋଷୀମାନେ ଜଣକ ପରେ ଜଣେ ବିଭିନ୍ନ ଆବେଦନକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଉଥିବାରୁ ଫାଶୀ ଦେବାର ତାରିଖ ପୁଣି ଘୁଞ୍ଚି ଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ନିକଟରେ ନିର୍ଭୟା ଦୋଷୀଙ୍କ ଫାଶୀ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠିଥିବାବେଳେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ କ୍ଷମା ଆବେଦନ କରିବାକୁ ୭ ଦିନ ସମୟସୀମା ଧାର୍ଯ୍ୟ କରାଯାଉ ବୋଲି ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ