କେନ୍ଦ୍ରାପଡାରେ ସଖୀ(ୱାନ ଷ୍ଟପ ସେଂଟର)ଉଦଘାଟିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରର ହଜାରୀ ବଗିଚା ଠାରେ ଶନିବାର ପୂର୍ବାହ୍ନରେ କେନ୍ଦ୍ର୍ର ସରକାରଙ୍କ ସଖୀ (ୱାନ ଷ୍ଟପ ସେଂଟର) ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଖୀ (ୱାନ ଷ୍ଟପ ସେଂଟର)କୁ ଉଦଘାଟନ କରି କହିଥିଲେ ଯେ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ଜଣେ ପିଡିତା ମହିଳା ବା ଯୁବତୀ ଏହି ୱାନ ଷ୍ଟପ ସେଂଟରରେ ନିର୍ଭୟରେ ରହି ଆଇନ ସହାୟତା,ପୋଲିସ ସହାୟତା ଓ ଚିକିତ୍ସା ସହାୟତା ସମେତ ସବୁ ପ୍ରକାର ସୁବିଧାସୁଯୋଗ ପାଇପାରିବେ । ତାଙ୍କୁ ଏଥି ନିମନ୍ତେ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ପଡିବ ନାହିଁ । ବର୍ତ୍ତମାନ ପାଇଁ କେନ୍ଦ୍ରଟି ଏଠାରେ ଚାଲିବ ଏବଂ ଭବିଷ୍ୟତରେ ଶ୍ୟାମଗୁଡିଆସ୍ଥିତ ନୂତନ ଡାକ୍ତରଖାନା ପରିସରରେ ଏଥି ନିମନ୍ତେ ଗୃହ ନିର୍ମାଣ ହେଲେ ସେଠାକୁ ଏହି କେନ୍ଦ୍ର ସ୍ଥାନାନ୍ତର ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଯୋଗଦେଇ କହିଥିଲେ ଯେ ଡାକ୍ତରଖାନା,ପୋଲିସ ଓ ଆଇନସେବା କତ୍ତୃପକ୍ଷଙ୍କ ପକ୍ଷରୁ ଜଣେ ଜଣେ ମହିଳା ଅଧିକାରିଣୀ ଆବଶ୍ୟକ ସମୟରେ ଏହି କେନ୍ଦ୍ରରତେ ପହଁଚି ପିଡିତାଙ୍କୁ ଉପଯୁକ୍ତ ସେବା ଯୋଗାଇଦେଇପାରିଲେ ଏହି କେନ୍ଦ୍ର ଗଠନର ଲକ୍ଷ୍ୟ ପୁରଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କେନ୍ଦ୍ରର ଉଦେଶ୍ୟ ହେଉଛି ୧୮ବର୍ଷରୁ କମ ବୟସର ନିର୍ଯ୍ୟାତିତା ବାଳିକା,ଯୁବତୀ ଓ ମହିଳାମାନଙ୍କ ସମନ୍ୱିତ ସହାୟତା ନିମନ୍ତେ ଏହା ୨୪ଘଂଟା କାର୍ଯ୍ୟକରିବ । ଏହାଦ୍ୱାରା ସେହି ନିର୍ଯ୍ୟାତିତାମାନେ ଗୋଟିଏ ଛାତତଳେ ପୋଲିସ,ଚିକିତ୍ସା,ଆଇନ ସହାୟତା ସହିତ ମନସ୍ତାତ୍ତ୍ୱି୍ୱିକ ଓ ସାମାଜିକ ପରାମର୍ଶ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯିବ । ବିଶେଷ ଭାବରେ କଳାକାର, ଅପହରଣ, ନିଖୋଜ, ପାରିବାରିକ ହିଂସା, ଏସିଡ ଆକ୍ରମଣ, ଯୈ÷ାନ ଉତ୍ପୀଡନ, ଶୋଷଣ, ମହିଳା ଚାଲାଣ, ଶିଶୁ ଯୈ÷ାନ ଉତ୍ପୀଡନ,ବାଲ୍ୟ ବିବାହ, ସାଇବର କ୍ରାଇମ,ଯୈ÷ାତୁକ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ହିଂସାରେ ପିଡିତା ବାଳିକା,ଯୁବତୀ ଓ ମହିଳାମାନେ ଏହାର ସୁଯୋଗ ନେଇପାରିବେ । ଏହି କେନ୍ଦ୍ରର ନିଶୁଳ୍କ ମୋବାଇଲ ନମ୍ବର -୯୯୩୮୭୮୫୩୬୧ ରେ ପିଡିତା ଯୋଗାଯୋଗ କରି ସହାୟତା ନେଇପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଗୀତା ସ୍ୱେଛାସେବୀ ଅନୁଷ୍ଠାନ ଏହି କେନ୍ଦ୍ରର ପରିଚାଳନା କରିବେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ଆଇନସେବା ପ୍ରାଧୀକରଣ ସଚୀବ ମଳୟ କୁମାର ପ୍ରଧାନ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,କେନ୍ଦ୍ରାପଡା ସିଡିପିଓ ସ୍ୱର୍ଣ୍ଣମଞ୍ଜରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତାର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ବିଭିନ୍ନ ଆସିଡିଏସର ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ