ଜାମ୍ମୁ କାଶ୍ମୀରରେ ସେନା ଛାଉଣୀ
ନୂଆଦିଲ୍ଲୀ , ଜାମ୍ମୁ -କାଶ୍ମୀରରେ ସେନାର ଛାଉଣୀ । କୁହାଯାଉଛି ଆତଙ୍କବାଦୀ ଆକ୍ମଣ ନା ଆଉ କଣ କାରଣ ଥାଇପାରେ ସରକାରଙ୍କର ଯାହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । କେବେ ମଧ୍ୟ ଜାମ୍ମୁ କାଶ୍ମୀରରେ ଏତେ ପରିମାଣର ସେନା ନିୟୋଜିତ ହୋଇନଥିଲେ । ତେବେ ଜାମ୍ମୁ କାଶ୍ମୀରରେ ଏତେ ପରିମାଣରେ ସେନା କାହିଁକି ମୃତୟନ ହୋଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆନ୍ଦୋଳନ ଭୟରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ନା ଜାମ୍ମୁ କାଶ୍ମୀରରେ ଧାରା ୩୫ (କ ) ୩୭୦ ପ୍ରସଙ୍ଗକୁ ଏହି ପ୍ରସଙ୍ଗ ମଧ୍ୟ ଆଲୋଚନାର ବିଷୟ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ସେହିପରି କାଶ୍ମୀର ଓ ଲଦାଖକୁ ୍ଣଳନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ମିଳିପାରେ ତାହାକୁ ନେଇ ମଧ୍ୟ ଗୋଟିଏ ପ୍ରକାର ଆଲୋଚନା ଚାଲିଛି । ଚଳିତ ମାସ ଅଗଷ୍ଟ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ପତାକା ଉଡାଇ ଦେଶରେ କିଛି ରାଷ୍ଟ୍ରବାଦର କିଛି ବଡ ଉପଲବ୍ଧି ହୋଇଯିବ । ଅନ୍ୟ ପଟେ ବିଧାନସଭା ନିର୍ବାଚନ ଘୁଞ୍ଚି ଆସୁଛି ଜମ୍ମୁ –କାଶ୍ମୀରରେ ବିଧାନସଭା ନିର୍ବାଚନ ଘୁଞ୍ଚି ଆସୁଛି ତେଣୁ ନିର୍ବାଚନ ପୂର୍ବରୁ ସେନା ଛାଉଣୀ କରାଯାଇଥିବା ଆଲୋଚନା ହୋଇଛି । ସମସ୍ତ ଘଟଣା ମଧ୍ୟରେ ଏକ ବଡ ଖବର ହେଉଛି ପ।।କ୍ ଆତଙ୍କବାଦୀ ମାନେ ଭାରତ ଉପରେ ବଡ ଧରଣର ଆକ୍ରମଣ କରିବାର ଅତ୍ୟଧିକ ସମ୍ବାବନା ରହିଥିବାରୁ ଗୁଇନ୍ଦା ରିପୋର୍ଟ ଆଧାରରେ ଏଭଳି ବ୍ୟାପକ ପ୍ରସ୍ତୁତି ହୋଇଥାଇପାରେ ବୋଲି ଆଲୋଚନା ହେଉଛି । ତେବେ କଣ ପାଇଁ ଜାମ୍ମୁ –କାଶ୍ମୀରରେ ସେନା ମୃତୟନ ଅଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କାରଣ ସ୍ପଷ୍ଟ ହୋଇପାରିନାର୍ହି ସରକାରୀ ତରଫରୁ ମଧ୍ୟ କୈାଣସି ସୂଚନା ଦିଆଯାଇନାହିଁ ।


