କେନ୍ଦ୍ରାପଡାର ବରପୁତ୍ର ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୪୧ତମ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡାର ବରପୁତ୍ର, ଓଡିଶାର ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ଆଇନଜୀବି ତଥା ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଗତ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ଜିଲ୍ଲାର ଜଣେ ବିକାଶ ପୁରୁଷ ଥିଲେ । କେନ୍ଦ୍ରାପଡାର ସାମୁହିକ ବିକାଶରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ଓ ସେ କେନ୍ଦ୍ରାପଡା ମହାବିଦ୍ୟାଳୟର ସେ ପ୍ରତିଷ୍ଠାତା ଥିଲେ । ତାଙ୍କ ରାଜନୈତିକ ଜୀବନରେ କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନର ସୁବିଧା କରିବା ସହ କେନ୍ଦ୍ରାପଡାରେ ଶିଳ୍ପାଚଂଳ, ବଳଦେବଜୀଉ ପାୱାରଲୁମ, ବିଚାର ବିଭାଗର ନୂତନ କୋର୍ଟ ପ୍ରତିଷ୍ଠା ଓ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ସେ କରିଥିଲେ । ସେ ସମୟରେ କୃଷିର ଉନ୍ନତି ପାଇଁ ଜଜାଙ୍ଗ ଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ କେନ୍ଦ୍ରାପଡାରେ ଇଞ୍ଜିନିଅରିଂ ସ୍କୁଲ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ପରବର୍ତ୍ତି ସମୟରେ ରାଜନୈତିକ ଇଛାଶକ୍ତି ଅଭାବରୁ ସେହି ଇଞ୍ଜିନିଅରିଂ ସ୍କୁଲଟି କେନ୍ଦ୍ରାପଡାରୁ ଅନ୍ୟତ୍ର ଉଠିଯାଇଥିଲା । ପରେ ତାଙ୍କରି ଉଦ୍ୟମ ଯୋଗୁଁ ଇଞ୍ଜିନିଅରିଂ ସ୍କୁଲର ସମସ୍ତ କୋଠାବାଡି ଓ ଭୂସମ୍ପତିକୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ରାଜ୍ୟ ସରକାର ହସ୍ତାନ୍ତର କରିଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜା ଆନ୍ଦୋଳନ ନେତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମୋକଦ୍ଦମାରେ ସେମାନଙ୍କ ପାଇଁ ଅଦାଲତରେ ବିନାପାରିଶ୍ରମିକରେ ଲଢି ନ୍ୟାୟଦେବାରେ ସହାୟକ ହୋଇଥିଲେ ସ୍ୱର୍ଗତ ସାହୁ । ଏଥିସହିତ ସେ ଜଣେ ଦରଦୀ ଓ ଭଗବତପ୍ରେମୀ ଭାବରେ ବେଶ ଲୋକପ୍ରିୟ ଥିବାର ସୂର୍ଗତ ସାହୁଙ୍କ ୪୧ତମ ଶ୍ରାଦ୍ଧୋତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ସେ କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ଗତ ୧୯୧୦ମସିହା ଅକ୍ଟୋବରମାସ ୧୦ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ଗତ ୧୯୮୦ମସିହା ଅକ୍ଟୋବରମାସ ୭ତାରିଖରେ ତାଙ୍କର ତିରୋଧନ ହୋଇଥିଲା । ଆଜି ତାଙ୍କ ଶ୍ରାଦ୍ଧଦିବସ ଅବସରରେ କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ସୂର୍ଗତ ସାହୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁଙ୍କ ଆବାହକତ୍ୱରେ ଏବଂ ଅଧ୍ୟାପକ ଅଜୟ କୁମାର ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସାହିତ୍ୟିକ ଡଃ. ବାସୁଦେବ ଦାସ, ଜିଲ୍ଲା ଓକିଲ ସଙ୍ଘର ପ୍ରାକ୍ତନ ସଭାପତି ଧ୍ରୁବ ଚରଣ ଜେନା ଓ ସରୋଜରାଜ ସିଂ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ତଥା ସମାଜସେବୀ ପ୍ରଦିପ କୁମାର ମହାନ୍ତି, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବିପିନ ବିହାରି ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ବିଜୟ ପତି, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ଶରତ ବେହୁରା, ମୁକ୍ତାର ଖାଁ, ଗୋପାଳକୃଷ୍ଣ ଜେନା, ଶୁକଦେବ ସାହୁ, ଆଲୋକ ସାହୁ, ଶୁକଦେବ ଦାସ, ଦେବେନ୍ଦ୍ର ସାହୁ, କୁଞ୍ଜ ବିହାରି ପରିଡା, ଅମୀୟ ନାୟକ, ଦେବେନ୍ଦ୍ର ସାହୁ, ଶାନ୍ତିସ୍ୱରୂପ ଭୂୟାଁ, ଲକ୍ଷ୍ମୀକାନ୍ତ ନାୟକ, ରଞ୍ଜନ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସାମ୍ବାଦିକ ରବିନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ