କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ପକ୍ଷରୁ ମାସ୍କ ସାନିଟାଇଜର ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ -୧୯ ବିଶ୍ୱ ମହାମାରୀ ପରିପ୍ରେକ୍ଷୀରେ ସଚେତନତା ପଦକ୍ଷେପ ଗ୍ରହଣ ପୂର୍ବକ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ଜିଲ୍ଲାର ଶ୍ୟାମସୁନ୍ଦରପୁର,ବଳରାମପୁର,ଦିଆନପାଟଣା,ଜଗନ୍ନାଥପୁର ଦଳିତବସ୍ତି,ଦୁତିଆଳ,ଆୟବା ଦଳିତବସ୍ତି,କଂସାର ପ୍ରଭୃତି ସ୍ଥାନରେ ମାସ୍କ ଓ ସାନିଟାଇଜର ବଂଟନ କରାଯିବା ସହିତ ଏହି ବିଶ୍ୱ ମହାମାରୀରୁ ରକ୍ଷା ପାଇବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା । ଏତଦବ୍ୟତିତ ବ୍ୟାଙ୍କର ଚାନ୍ଦୋଳ,ମାର୍ଶାଘାଇ,ପଟ୍ଟାମୁଣ୍ଡାଇ ଓ ଆଳିରେ ଥିବା ଶାଖା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଗ୍ରାହକମାନଙ୍କୁ ଏହି ମହାମାରୀ ସମ୍ପର୍କରେ ସଚେତନ କରାଯାଇ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ,ଶାଖା ପରିଚାଳକ ଓ ଅନ୍ୟାନ୍ୟ କର୍ମଚାରୀ ବନ୍ଧୁମାନେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।