କେନ୍ଦ୍ରାପଡା ଅର୍ବାନବ୍ୟାଙ୍କର ସର୍ବକନିଷ୍ଠ ନିର୍ଦେଶକ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ନିର୍ବାଚିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ନିର୍ଦ୍ୱନ୍ଦରେ ନିର୍ବାଚିତ ସର୍ବ କନିଷ୍ଠ ନିର୍ଦେଶକ ତଥା ସମାଜସେବୀ ଫକୀର ଚରଣ ଖଟୁଆଙ୍କ ପୁତ୍ର ଯୁବନେତା ରଶ୍ମୀରଞ୍ଜନ ଚୈାଧୁରୀ ଓଡିଶା ରାଜ୍ୟର ସର୍ବୋଚ୍ଚ ସମବାୟ ଅନୁଷ୍ଠାନ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଅପ୍ରତିଦ୍ୱନ୍ଦୀ ସର୍ବକନିଷ୍ଠ ନିର୍ଦେଶକ ଭାବେ ନିର୍ବାଚିତ ହୋଇଥିବାରୁ ଦଳମତ ନିର୍ବିଶେଷରେ ଜିଲ୍ଲାର ବିଭିନ୍ନ ସମବାୟ ଅନୁଷ୍ଠାନର କର୍ମକର୍ତ୍ତା ଓ କର୍ମଚାରୀମାନଙ୍କ ପକ୍ଷରୁ ଶ୍ରୀ ଚୈାଧୁରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମବାୟ କ୍ଷେତ୍ରରେ ଓଡିଶାର ଜନସାଧାରଣ, କୃଷକ, କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଶ୍ରମିକମାନଙ୍କର ବୃହତ୍ତର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ପ୍ରଫୁଲ୍ଲ କୁମାର ରାଉତ, ପ୍ରମୋଦ କୁମାର ରାଉତରାୟ, ବିଜୟ କୁମାର ସ୍ୱାଇଁ, ସୁନାକର ସାହୁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ରାଉତ, ବିଧୁଭୂଷଣ ମହାପାତ୍ର, ଉମେଶ ପାଢୀ, ଫକିର ଚରଣ ବାରିକ, ଉମାକାନ୍ତ ପତି, ବ୍ରଜକିଶୋର ନାୟକ, ମହେଶ ପାଢୀ ପ୍ରମୁଖ ବିଭିନ୍ନ ଅଞ୍ଚଳରୁ ଯୁବବନ୍ଧୁମାନେ ଶ୍ରୀ ଚୈାଧୁରୀଙ୍କୁ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ