କେନ୍ଦ୍ରାପଡା ଆତ୍ମାର ଅଧ୍ୟକ୍ଷ ହେଲେ ଅଶୋକ ବରାଳ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କୃଷି ଓ ବୈଷୟିକ ସଂସ୍ଥା(ଆତ୍ମା)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର କୃଷକ ନେତା ଅଶୋକ କୁମାର ବରାଳ । ଏହି ଉପଲକ୍ଷେ କେନ୍ଦ୍ରାପଡା କୃଷି ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଥମ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଶ୍ରୀ ବରାଳଙ୍କୁ ସର୍ବସମ୍ମତି କ୍ରମେ ଆତ୍ମାର ଅଧ୍ୟକ୍ଷ ଭାବରେ ଚୟନ କରିଛନ୍ତି । ଏଥିପାଇଁ ଶ୍ରୀ ବରାଳ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ନବ ନିର୍ବାଚିତ ଆତ୍ମାର ଅଧ୍ୟକ୍ଷ ଶ୍ରୀ ବରାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ସମସ୍ତଙ୍କ ସହଯୋଗରେ କୃଷି ଓ କୃଷକର ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ବରାଳ କହିଛନ୍ତି । ଶ୍ରୀ ବରାଳ କୋରୋ ପଞ୍ଚାୟତର ବିଜେଡି ସଭାପତି ଭାବେ କାର୍ଯ୍ୟ କରି ଆସିଛନ୍ତି । ଆତ୍ମାର ନୂତନ ଅଧ୍ୟକ୍ଷ ଶ୍ରୀ ବରାଳଙ୍କୁ ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ବିଜେଡି ସମ୍ପାଦକ ରଞ୍ଜନ କୁମାର କର, ଡିଜିଟାଲ ମହିଳା ସମ୍ପାଦିକା ସ୍ମୃତିମୟୀ ସେନାପତି, ମୋସିମ ଖାଁ, ଜ୍ଞାନରଞ୍ଜନ ଜେନା, ସୁରେଶ ଚନ୍ଦ୍ର ମହାନ୍ତି, ସଂଗମ କେଶରୀ ସାମଲ, ନରୋତ୍ତମ ମଲିକ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଲିଲିତା ଦାସ, ମଧୁଛନ୍ଦା ମହାନ୍ତି ଓ ନିର୍ମଳା ମହାନ୍ତି ପ୍ରମୁଖ ସ୍ୱାଗତ କରିବା ସହ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ