କେନ୍ଦ୍ରାପଡା କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକ, କେନ୍ଦ୍ରାପଡା ପୈାରାଞ୍ଚଳ, ପଟ୍ଟାମୁଣ୍ଡାଇ ବ୍ଲକ ଓ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଯୋଗଦେଇ ରାଜ୍ୟ ସରକାରଙ୍କ ଉଦାସୀନତା ଓ ନିର୍ବାଚିତ ସାଂସଦ ଏବଂ ବିଧାନସଭା ପ୍ରତିନିଧିମାନେ ‘ମାଟି ପାଇଁ ପାଟି’ ଖୋଲିିବାକୁ ସାହସ ଦେଖାଉ ନଥିବା, ସରକାରଙ୍କ ନିକଟରେ କେନ୍ଦ୍ରାପଡାବାସୀଙ୍କ ଯଥାର୍ଥ ଦାବି ଉପସ୍ଥାପନ କରିବାରେ ସଂପୂର୍ଣ୍ଣ ବଫଳ ହୋଇଥିବା, କେନ୍ଦ୍ରାପଡାର ବିକାଶ କେବଳ ଘୋଷଣାରେ ରହିଯାଇଥିବା, ଏକଦା ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ସମଗ୍ର ଓଡିଶାରେ ନମ୍ବରୱାନ ହେବାର ପ୍ରତିଶୃତି ପୁରଣ ନହେବା ପ୍ରଭୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗତ ୨୦୨୧ ନଭେମ୍ବର ୨ରେ ଅନୁଷ୍ଠିତ ବିକ୍ଷୋଭରେ ‘ମାଟି ପାଇଁ ପାଟି ଖୋଲ’ ଆହ୍ୱାନ ଦିଆଯିବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । କିନ୍ତୁ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ । ପରନ୍ତୁ କେନ୍ଦ୍ରାପଡାବାସୀ ଅବହେଳା ଓ ଅବିଚାରର ଶିକାର ହୋଈ ଚାଲିଛନ୍ତି । କେନ୍ଦ୍ରାପଡା ମାଟି ପ୍ରତି ଥିବା ମମତା ତଥା କର୍ତ୍ତବ୍ୟ ଦୃଷ୍ଟିରୁ କଂଗ୍ରେସ ଦଳ ପୁର୍ନବାର ‘ମାଟି ପାଇଁ ମାଡି ଚାଲ’ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟସରକାର ଇତି ମଧ୍ୟରେ ଗୋଟିଏ ପରେ ଗୋଟିଏ ୮ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ନିଷ୍ପତି ନେଇ ତଦନୁଯାୟୀ କେତେକ କଲେଜରେ ନାମ ଲେଖା ସହ ପାଠ ପଢା ଆରମ୍ଭ ହୋଇଯାଇଥିବା ବେଳେ କେନ୍ଦ୍ରାପଡା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଅଭିଭକ୍ତ କଟକ ଜିଲ୍ଲାର ୪ ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା ଏକମାତ୍ର ଶିଳ୍ପ ବିହୀନ ଜିଲ୍ଲା । କଟକ ଓ ଯାଜପୁରରେ ମେଡିକାଲ କଲେଜ ସରକାର ପ୍ରତିଷ୍ଟା କରିସାରିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ପାରାଦ୍ୱୀପ ବନ୍ଦର ଓ ଇଣ୍ଡିଆନ ଅଏଲ କର୍ପୋରେସନ ଭଳି ଦୁଇଟି ବୃହତ କେନ୍ଦ୍ରୀୟ ସଂସ୍ଥା ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରିଥିବା ସ୍ଥଳେ କେନ୍ଦ୍ରାପଡା ଜିଲ୍ଲା ପଛରେ ପଡିଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ୧୫ଲକ୍ଷରୁ ଉର୍ଦ୍ଧ୍ୱ ଓ ତହିଁରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଅନୁପାତ ଏକ ପଞ୍ଚମାଂଶରୁ ଅଧିକ । ସୂତରାଂ ଜିଲ୍ଲାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିବା ପୂର୍ବରୁ କେନ୍ଦ୍ରାପଡାରେ ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଅବିଳମ୍ବେ ପ୍ରତିଷ୍ଠା କରାଯିବା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବା, କେନ୍ଦ୍ରାପଡାକୁ ଚଳିତ ବର୍ଷ ୨୦୨୨ରେ ଯାତ୍ରୀବାହୀ ରେଳ ଚଳାଚଳ କରିବା, ଓଡିଶାର ସର୍ବପୁରାତନ ୧୫୩ବର୍ଷରେ ପଦାର୍ପଣ କରିଥିବା କେନ୍ଦ୍ରାପଡା ପୌରସଂସ୍ଥାର ମୌଳିକ ସମସ୍ୟା ସମାଧାନ ଓ ଅତ୍ୟାଧୁନିକ କେନ୍ଦ୍ରାପଡା ପୈାରସଂସ୍ଥା ନିର୍ମାଣ ଏବଂ ଡ୍ରେନେଜ୍ ଓ ସ୍ୱରେଜ ନିର୍ମାଣ ଯୁଦ୍ଧକାଳୀନ ଭିତିରେ କରାଯିବା ସହ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଞ୍ଚାୟତର ସିଂହଗାଁ, ବଡରାଉଳିଆ ଓ ସାନରାଉଳିଆ ତିନିଖଣ୍ଡ ଗ୍ରାମ ସଂଯୋଗହୀନ ଭାବେ ପଡିରହିଥିବାରୁ କଣ୍ଠିଆ ନାଳ ଉପରେ ଦୁଇବର୍ଷ ମଧ୍ୟରେ ସେତୁ ନିର୍ମାଣ ଶେଷ କରାଯିବା, କେନ୍ଦ୍ରାପଡା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଅନେକ କୃଷିଜାତ ଦ୍ରବ୍ୟ ଯଥା ଆଳୁ, କୋବି ଓ ଟମାଟୋ ଆଦି ପନିପରିବା ସଂରକ୍ଷଣ ଅଭାବରୁ ନଷ୍ଟ ହେଉଥିବାରୁ ଚାଷୀର ସ୍ୱାର୍ଥ ତଥା ଉତ୍ପାଦନ ବୃଦ୍ଧି ନିମନ୍ତେ କେନ୍ଦ୍ରାପଡାରେ ଅଧିକ କ୍ଷମତା ସମ୍ପନ୍ନ ବୃହତ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, ଆୟବା +୨ ବିଜ୍ଞାନ କଲେଜ ଭଳି ଏକମାତ୍ର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ସହ ଆବଶ୍ୟକ ଅଧ୍ୟାପକ ନିଯୁକ୍ତି କରାଯିବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର କେନ୍ଦ୍ରାପଡାବାସୀଙ୍କ ସମସ୍ତ ଦାବି ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପୂରଣ ନ କଲେ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡାବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଚୁପ ନରହି ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତରାୟ, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଦେବେନ୍ଦ୍ର ଶର୍ମା, ଇଂ ଜ୍ଞାନଦେବ ବେଉରା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ରତିକାନ୍ତ କାନୁନଗୋ, ଅମୀୟ ପାଣ୍ଡବ, ଦୀପକ ମହାପାତ୍ର, ବିଭ୍ରାଂଶୁ ଲେଙ୍କା, ଜୟନ୍ତ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ମହମ୍ମଦ ଆକବର ଅଲ୍ଲୀ, ରାଜେଶ ମହାନ୍ତି, ସୈାମେନ୍ଦ୍ର ପୃଷ୍ଟି, ମୁକ୍ତାର ଖାଁ, ମୀର ମୁର୍ଶିଦ, ପ୍ରଦୀପ ପ୍ରଧାନ, ବିଧୁଭୂଷଣ ମହାପାତ୍ର, ପ୍ରଦ୍ୟୁମ୍ନ ଜେନା, କମଳାକାନ୍ତ ବେହେରା, ନିରଞ୍ଜନ ପରିଡା, ସୁନିଲ ମହାପାତ୍ର ପ୍ରମୁଖ ରାଜ୍ୟ ସରକାରଙ୍କ ଅପାରଗତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିତ୍ରସେନ ପରିଡା, ହିବଜୁର ରହେମାନ, ଆଶିଷ ମେକାପ, ନାରାୟଣ ଚନ୍ଦ୍ର ପରିଡା, ଜ୍ୟୋତିରଞ୍ଜନ ପ୍ରଧାନ, ପ୍ରଭାତ କୁମାର ଉଡାନସିଂ, ଅଭିଷେକ ବିଶ୍ୱାଳ, ଅଜିତ ମହାପାତ୍ର, ପରଭେଜ ଅକ୍ତର, ସୈାମ୍ୟରଞ୍ଜନ ସାହୁ, ସୁବନି ସାହୁ, ଅଜୟ ପ୍ରଧାନ, ସେକ ଅରମାନ,ବୈକୁଣ୍ଠ ସେନାପତି, ଅନନ୍ତ ସ୍ୱାଇଁ, ଜ୍ଞାନରଞ୍ଜନ ସାହୁ, ବସନ୍ତ ରାଉତ, ରତିକାନ୍ତ ସାମଲ, ସେକ ବାବୁ, ସନ୍ତୋଷ ପାଣିଗ୍ରାହୀ, ରଞ୍ଜନ ନାୟକ, ରେବତୀରମଣ ନାୟକ, ବାବାଜି ମଲିକ, କଳାକାର ମଲିକ, ପ୍ରଦିପ କୁମାର ରାଉତ, ସିଦ୍ଧାର୍ଥ ଜେନା, ସେକ ଏକ୍ରାମ, ଲକ୍ଷ୍ମୀଧର ପଲାଇ, ସଞ୍ଜିବ ବିଶ୍ୱାଳ, ଦୟାନିଧି ପରିଡା, ସୁସାନ୍ତ ପ୍ରଧାନ, ବିଶ୍ୱଜିତ ମହାନ୍ତି, ଚନ୍ଦନ ସାହୁ, ଅଭୟ ଜେନା, ହିମାଂଶୁ ବେହେରା ପ୍ରମୁଖ ୫ହଜାରରୁ ଅଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।