କେନ୍ଦ୍ରାପଡା କଲେଜରେ ବନ ମହୋତ୍ସବ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ସହିତ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ତା’ର ଯତ୍ନ ନେଇ ବଂଚାଇ ରଖିପାରିଲେ ସମାଜରେ ତାହା ଏକ ଉଦାହରଣ ସୃଷ୍ଟି କରିବା ସହିତ ସୁସ୍ଥ ଜୀବନଯାପନ ପାଇଁ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଅଧ୍ୟାପକ ଡଃ.ଜ୍ଞାନୀନ୍ଦ୍ର ଦାଶ, ଡଃ.ପ୍ରଭାକର ମଲ୍ଲିକ, ରଞ୍ଜିତ କୁମାର ଦାସ, ଡଃ.ଗୈାରପ୍ରସାଦ ଷଡଙ୍ଗୀ, ଡଃ.ଶ୍ରୀଧର ସାମଲ, ଅଶୋକ କୁମାର ଦାସ, ତ୍ରିଲୋଚନ ପ୍ରଧାନ, ଡଃ. ସାହାବୁଦ୍ଦିନ, ଜ୍ୟୋତିର୍ମୟ ଦାସ, କୁମାର ଚନ୍ଦ୍ର ମଲ୍ଲିକ, ଅଜିତ କୁମାର ବାରିକ,ମହେଶ୍ୱର ବାରିକ,ଦେବାଶିଷ ସିଂହଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ