କେନ୍ଦ୍ରାପଡା କଲେଜରେ “ମୋ ସ୍ୱପ୍ନର କେନ୍ଦ୍ରାପଡା ୟୁୁଥ କନକ୍ଲେଭ”
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ “ମୋ ସ୍ୱପ୍ନର କେନ୍ଦ୍ରାପଡା ୟୁଥ କନକ୍ଲଭ” ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି,ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,କଟକ-ଚୈାଦ୍ୱାର ବିଧାୟକ ସୈାଭିକ ବିଶ୍ୱାଳ,ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ପ୍ରଧ୍ୟାପକ ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ବକ୍ତବ୍ୟ ରଖିଥିଲେ । ଉଭୟ ପ୍ରଫେସର ଦ୍ୱୟ ମୋ ସ୍ୱପ୍ନର କେନ୍ଦ୍ରାପଡା ୨୦୨୫ମସିହା ସୁଦ୍ଧା କିଭଳି ହେବା ଆବଶ୍ୟକ ସେ ସମ୍ପର୍କରେ ବକ୍ତବ୍ୟ ରଖି ଖଣିଖାଦାନ ହୀନ କେବଳ ମାନବ ସମ୍ବଳରେ ଭରପୁର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟ୍ାମୁଣ୍ଡାଇ ପ୍ଲମ୍ବର ପ୍ରତିଷ୍ଠାନକୁ ଏକ ଇଞ୍ଜିନିଅର କଲେଜରେ ପରିଣତ କରିବା, କେନ୍ଦ୍ରାପଡା କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା, ଏକ ସଂଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା, କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା କରିବା, ଓଡିଶା କୃଷି ବିଶ୍ୱ ବିଦ୍ୟାଳୟର ଏକ କ୍ୟାମ୍ପସ ଏଠାରେ ପ୍ରତିଷ୍ଠା କରିବା,ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ପ୍ରାକୃତିକ ବିପର୍ଯ୍ୟୟରୁ ଜିଲ୍ଲାକୁ ରକ୍ଷା କରିବା ପାଇଁ ଲୁଣା ଜଙ୍ଗଲର ସୁରକ୍ଷା କରାଯିବା, ଭିତରକନିକାକୁ ରେଳପଥ ସଂଯୋଗ, କେନ୍ଦ୍ରାପଡାକୁ ବିକଶିତ ଓ ପୁର୍ନବିନ୍ୟାାଶ କରିବା,ପ୍ରତ୍ୟେକ ବ୍ଲକ ଓ ପୈାରାଚଂଳରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା, ବରୁଣେଇ, ପେଣ୍ଠ, ବତୀଘର ଓ ଭିତରକନିକା ସମେତ ଜିଲ୍ଲାର ବିଭିନ୍ନ ମଠମନ୍ଦିରର ଉନ୍ନତିକରଣ କରି ପର୍ଯ୍ୟଟନ ଶିଳ୍ପର ବିକାଶ କରିବା,ବୃତ୍ତି ଭିତିକ ଶିକ୍ଷାର ପ୍ରଚଳନ କରାଯିବା, ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଶିଳ୍ପକଳାର ଏକ ଶିକ୍ଷାକେନ୍ଦ୍ର ଏଠାରେ ପ୍ରତିଷ୍ଠା କରିବା ପ୍ରଭୃତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କଟକ-ଚୈାଦ୍ୱାର ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ ଯେ ଯୁବକଯୁବତୀମାନେ କିଭଳି ଆଗକୁ ଅସି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିପାଇଁ ଏହି ୟୁଥ କନକ୍ଲେଭର ଆୟୋଜନ କରାଯାଇଛି । ଆମେ ବଦଳିଲେ ସମାଜ ବଦଳିବ । ପ୍ରକୃତି ପ୍ରତି ଆମେ ସ୍ୱର୍ଥପର ନହୋଇ ବୃକ୍ଷରୋପଣ କରିବାକୁ ପଡିବ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅନ୍ୟୁନ ୯ଟି ଗଛ ଲଗାଇବାକୁ ସେ ଅନୁରୋଧ କରିଥିଲେ । କେନ୍ଦ୍ରାପଡାକୁ ସବୁଜ ଓ ସ୍ୱଛ କରିବାକୁ ସେ ନିବେଦନ କରିଥିଲେ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପି ଶ୍ରୀ ପଟ୍ଟନାୟକ ସେ ଅନ୍ୟ ଜଣଙ୍କ ଘରେ କାମକରି ପେଟ ପୋଷୁଥିବା ବେଳେ ସମୁଦ୍ର ତାଙ୍କୁ ପ୍ରେରଣା ଯୋଗାଇ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପି କରିବା ସହ ଦେଶବିଦେଶରେ ସୁନାମ ଆଣିବାରେ ସହଯୋଗ କରିଛି ବୋଲି କହିଥିଲେ । କେନ୍ଦ୍ରାପଡାରେ ସେ ଏଭଳି ବାଲୁକା ଶିଳ୍ପ କରିବେ ଯାହା ଗ୍ରିନୀଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯୁବପିଢୀଙ୍କ ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢୀଙ୍କ ପାଇଁ ସ୍ୱପ୍ନ ଦେଖୁଛନ୍ତି । ମୋ ସ୍ୱପ୍ନର କେନ୍ଦ୍ରାପଡା ବହୁତ ମହତ୍ୱପୂର୍ଣ୍ଣ କଥା । ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକଙ୍କ ଜୀବନୀରୁ ପ୍ରେରଣା ଗ୍ରହଣ କରି ଯୁବପିଢୀମାନେ ଅଗ୍ରସର ହେବାକୁ ସେ ଆହ୍ୱାନ ଦେଇଥିଲେ । ଏକ ସରସ ,ସୁନ୍ଦର ଓ ସ୍ୱଛ କେନ୍ଦ୍ରାପଡା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ । ସାଂସଦ ଶ୍ରୀ ମହାନ୍ତି କହିଥିଲେ ଯେ ଆଜି ଏହି ମୋ ସ୍ୱପ୍ନର କେନ୍ଦ୍ରାପଡା ୟୁଥ କନକ୍ଲେଭ ସଫଳ ହୋଇଛି । କେନ୍ଦ୍ରାପଡାରେ ଅତିଶ୍ରଘ୍ର ଏକ ଅଲଟ୍ରା ଟେକନୋଲୋଜି ପ୍ରତିଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି । ଯୁବକମାନେ ସେଥିରେ ତାଲିମ ଗ୍ରହଣ କରିବେ । କେନ୍ଦ୍ରାପଡାକୁ ପାରାଦୀପ – ହରିଦାସପୁର ରେଳପଥ ସଂଯୋଗ କାର୍ଯ୍ୟ ଖୁବ ଶୀଘ୍ର ସମ୍ପନ୍ନ ହେବାସହ ମିଶନଶକ୍ତିର ଏକ ବଡ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହେବା ସହିତ ମେଡିକାଲ କଲେଜ ପ୍ରତିଷ୍ଠା ଓ କ୍ଷୁଦ୍ରଶିଳ୍ପ,କୁଟୀର ଶିଳ୍ପ ଓ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା କରାଯାଇ ବିକାଶକୁ ତ୍ୱରାନ୍ୱିତ କରାଯିବ । ଅଧ୍ୟାପକ ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ,ଅଧ୍ୟକ୍ଷ ଡଃ.ତ୍ରିପାଠୀ ସ୍ୱାଗତ ଭାଷଣ ଓ କ୍ୟାପଟେନ ସୀମା ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ସମସ୍ଥ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନବଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚରଣ ବେହେରା, ସହକାରୀ ଜିଲ୍ଲାପାଳ ବିକ୍ରମ କେଶରୀ ପରିଡା, ସୋନମ ଦାସ, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ,ମହେନ୍ଦ୍ର ମିଶ,ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


