କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ବେହେରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ କ୍ରମେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଜଣାପଡିଛି । ଏନେଇ କଲେଜ ପରିଚାଳନା ପରିଷଦର ପ୍ରସ୍ତାବକୁ ଉଚ୍ଚଶିକ୍ଷା ବିଭାଗ ଅନୁମୋଦନ କରିବା ସହ କଲେଜ ରାଜନୀତି ବିଜ୍ଞାନ ବିଭାଗର ରିଡର ଗୋପାଳ ଚନ୍ଦ୍ର ବେହେରାଙ୍କୁ ଗତ ଅପ୍ରେଲମାସ ୩୦ତାରିଖ ଠାରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମ୍ପାଦକ ଭାବରେ ନିଯୁକ୍ତି ପ୍ରଦାନ କରିଥିବା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୨୧୬୮୬ ତା ୨୬.୦୫.୨୦୨୨ରିଖରେ କଲେଜ ପରିଚାଳନା ପରିଷଦର ସଭାପତି ଙ୍କୁ ଜଣାଇଛନ୍ତି । ଏସମ୍ପର୍କିତ ପତ୍ର ପହଞ୍ଚିବା ପରେ ମହାବିଦ୍ୟାଳୟରେ ଖୁସୀର ଲହରୀ ଖେଳି ଯାଇଥିଲା । ଶ୍ରୀ ବେହେରାଙ୍କୁ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ମହାବିଦ୍ୟାଳୟର କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ । ସ୍ୱାଗତ କାର୍ଯ୍ୟକ୍ରମରେ ଡଃ. ଜ୍ଞାନୀନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ଡଃ. ପ୍ରଭାକର ମଲ୍ଲିକ, ପ୍ରଶାନ୍ତ ସାହୁ, ଅଶୋକ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ଗୌରହରି ଷଡ଼ଙ୍ଗୀ, ଅଶ୍ୱିନୀ ପଣ୍ଡା, ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀ ବେହେରା ଏଥିପାଇଁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ