କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗରେ ଆୟକର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ୱାରା ଆୟକର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚାଟାର୍ଡ ଆକାଉଁଣ୍ଟାଟ ଆଶାରାମ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କଥାର କୁହୁକ ଦ୍ୱାରା ଉପସ୍ଥିତ + ୩ ବାଣିଜ୍ୟ ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ମାଧ୍ୟମରେ ଆୟକର ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟାପକ ବିକାଶ କୁମାର ନାୟକ ଆୟକରର ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ସହିତ ଅଧ୍ୟାପକ ମନୋଜ ପ୍ରଧାନଙ୍କ ସହ କାର୍ଯ୍ୟକ୍ରମ ର ସଫଳ ସଂଯୋଜନା କରିଥିଲେ । ଉତ୍ସବର ଶେଷ ପର୍ଯ୍ୟାୟରେ ଆୟକର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ସଂପୂର୍ଣ୍ଣ ଉତ୍ସବକୁ ଛାତ୍ର ଅବିନାଶ ଜେନା ଓ ଛାତ୍ରୀ ସୋନାଲି ପ୍ରିୟଦର୍ଶିନୀ ସେଠୀ ପରିଚାଳନା କରିଥିଲେ । ଛାତ୍ର ସମ୍ପାଦକ ମାନସରଞ୍ଜନ ବେହେରା, ସତ୍ୟଜିତ ସାହୁ ଓ ମନୋରଞ୍ଜନ ସାହୁ ପ୍ରମୁଖ ଆୟକର ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ । ପରିଶେଷରେ ମୁଖ୍ୟ ଅତିଥିଙ୍କୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ