କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗର ଜାତୀୟ ସମ୍ପାନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଏବଂ କଟକର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ଦୁଇଦିନିଆ ସମ୍ପାନ ଆସନ୍ତା ଫେବୃୟାରୀମାସ ୪ ଓ ୫ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ସମ୍ପାନରେ ଯୋଗଦେବାକୁ ଆସୁଥିବା ଅତିଥିମାନଙ୍କୁ ଉପଯୁକ୍ତ ଆତିଥେୟତା ପ୍ରଦାନ, ସମ୍ପାନରେ ଅଧିକରୁ ଅଧିକ ପ୍ରତିନିଧିଙ୍କ ଯୋଗଦାନ ଓ ସଫଳତାର ସହିତ ସମ୍ପାନକୁ ସମାପନ କରାଯିବା ପ୍ରଭୃତି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ବାଣିଜ୍ୟ ବିଭାଗ ମୁଖ୍ୟ ଡଃ. ଜ୍ଞାନରଞ୍ଜନ ଦାସ, ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଜ୍ଞାନୀନ୍ଦ୍ର ଦାସ, ଡଃ. ପ୍ରଭାକର ମଲ୍ଲିକ, ମେଜର ମନୋରଞ୍ଜନ ମହାନ୍ତି, ଅଚ୍ୟୁତାନନ୍ଦ ମହାରଣା, ବିକାଶ କୁମାର ନାୟକ, ଡଃ. ସୁରେଶ ଚନ୍ଦ୍ର ଦାସ, ମନୋଜ ପ୍ରଧାନ, ୱାଇ. ପଦ୍ମାବତୀ, ଆର୍ଯ୍ୟସ୍ମୀତା କର, ବିଭବ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ