କେନ୍ଦ୍ରାପଡା କଲେଜ ରସାୟନ ବିଜ୍ଞାନ ବିଭାଗର ଜାତୀୟ ସମ୍ପାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଓଡିଶା ରସାୟନ ସମାଜର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା କଲେଜ ସମ୍ମିଳନୀ କକ୍ଷରେ ସାଂପ୍ରତିକ ରସାୟନିକ ଗବେଷଣାର ନବ ଦିଗନ୍ତ ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଂପାନକୁ ଓଡିଶା ରସାୟନ ସମାଜର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ମହାନ୍ତି ଉଦଘାଟନ କରିଥିଲେ । କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଐତିହ୍ୟ ଓ କୃତିତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା । ଏହି ସଂପାନରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ବିଭାଗୀୟ ମୁଖ୍ୟ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ । ମୁଖ୍ୟ ଅତିଥି ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବର୍ତ୍ତମାନର ଓଡିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ଦାସ ସ୍ମରଣିକା ଉନ୍ମୋଚନ ପୂର୍ବକ ରସାୟନ ବିଭାଗର ଅବଦାନ ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ସତ୍ୟବାନ ଜେନା ରସାୟନ ବିଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବରେ ଏହାର ଭୂମିକା ଓ ସବୁ କ୍ଷେତ୍ରରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିଲେ । କୃଷି ରସାୟନ, ଔଷଧ, ପ୍ରାଣୀ ସମ୍ବନ୍ଧୀୟ ରସାୟନ, ବାୟୋ କେମେଷ୍ଟ୍ରି ଓ ସବୁଜ ରସାୟନ ପ୍ରଭୃତି ସାମ୍ପ୍ରତିକ ସମାଜରେ ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । ଯେଉଁମାନେ ସାହସର ସହିତ ଗବେଷଣା କରିଛନ୍ତି ସମସ୍ତେ ସଫଳ ହୋଇଛନ୍ତି ଏବଂ ଚାକିରୀ ସେମାନଙ୍କ ପଛରେ ଗୋଡାଇଛି । ଆମର ଯଥେଷ୍ଟ ନିଯୁକ୍ତି ସୁଯୋଗ ରହିଛି କିନ୍ତୁ ଉପଯୁକ୍ତ ପ୍ରାର୍ଥୀଙ୍କର ଅଭାବ ପରିଲକ୍ଷିତ ହେଉଛି । ସଂପାନର ସମ୍ପାଦକ ଡଃ. ପ୍ରମୋଦ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗର ଅନ୍ୟତମ ଅଧ୍ୟାପକ ଡଃ. ଗିରିଜା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଂପାନକୁ ପରିଚାଳନା କରିଥିଲେ ଅଧ୍ୟାପିକା ନିରୁପମା ପରିଡା ଏବଂ ଅଧ୍ୟାପକ ବିନ୍ଦୁ ସାଗର ସାହୁ । ସଭାକୁ ସଂଚାଳନା କରିଥିଲେ ଅଧ୍ୟାପିକା ସସ୍ମିତା ସାହୁ ଏବଂ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ବସୁନ୍ଧରା, ଶ୍ରାବଣୀ ଓ ପ୍ରଜ୍ଞା । ସଂପାନର ଦ୍ୱିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ମୁଖ୍ୟ ଚନ୍ଦ୍ର ଶେଖର ପଣ୍ଡା ଏବଂ ସଂପାନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଆଇ.ଆଇ.ଟି. ମାଡ୍ରାସର ପ୍ରଫେସର ଅଶୋକ କୁମାର ମିଶ୍ର ଏବଂ ନାଇଜର ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ର ଶେଖର ପୁରୋହିତ । ତତ୍ ପରବର୍ତ୍ତୀ ସଂପାନରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଆଶୁତୋଷ ସାମନ୍ତରାୟ ଓ ପ୍ରଫେସର ଶରତ ଚନ୍ଦ୍ର ଦାସ ଏବଂ ବକ୍ତବ୍ୟ ପ୍ରଦାନ କରିଥିଲେ ଝାଡଖଣ୍ଡ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଅରୁଣ କୁମାର ପାଢୀ, ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଜୟଦେବ ବିନ୍ଦା, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଅଜୟ କୁମାର ବେହେରା, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଡଃ. ସୀତାରାମ ମହାପାତ୍ର ଓ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଡଃ. ସତ୍ୟ ନାରାୟଣ ସାହୁ ପ୍ରମୁଖ । ଏହି ସଂପାନକୁ ପରିଚାଳନା କରିଥିଲେ ନିର୍ମଳ କୁମାର ମହାପାତ୍ର, ପ୍ରଦୀପ ସାହୁ, ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଡଃ. ଜ୍ଞାନୀନ୍ଦ୍ର ଦାଶ,ପ୍ରାଧ୍ୟାପକ ତପନ କୁମାର ପତି । ଏହି ସଂପାନରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, କୈଳାସ ଚନ୍ଦ୍ର ବରାଳ, ବିନ୍ଦୁମିତ୍ର ବଳ, ତୁଳସୀ ମହିଳା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲଙ୍କ ସମେତ ବହୁ ସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


