କେନ୍ଦ୍ରାପଡା ଜବାହର ନବୋଦୟ ବିଦ୍ୟାଳୟ ଆଲୁମିନି ଆସୋସିଏସନର ରୈାପ୍ୟ ଜୟନ୍ତୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜବାହର ନବୋଦୟ ବିଦ୍ୟାଳୟ ଏଥି ମଧ୍ୟରେ ୨୫ବର୍ଷର ଅନୁଭୂତି ପାଇଥିବା ବେଳେ ଅନେକ ସଫଳ ଛାତ୍ରଛାତ୍ରୀ ଏଠାରୁ ପାଠ ପଢି ଏବେ ନିଜ କର୍ମକ୍ଷେତ୍ରରେ ଅଗ୍ରସର ହୋଇଛନ୍ତି । ୨୫ବର୍ଷର ପୂର୍ତ୍ତି ହେତୁ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ରୈାପ୍ୟ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପାଖାପାଖି ୫ଶହରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ରାଜ୍ୟର କୋଣ ଅନୁକୋଣରୁ ଆସି ଯୋଗଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଏସପି ବିରଞ୍ଚି ନାରାୟଣ ଜଗତ ଏବଂ ମୁଖ୍ୟବକ୍ତା ଭାବେ ନବୋଦୟ ବିଦ୍ୟାଳୟ ସମିତିର କମିଶନର ପାର୍ବତୀ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ କମିଶନର ଡଃ. ଶ୍ରୀହରଣ ବୋଷ ଯୋଗଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଆର.କେ. ସାହୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦର ବାର୍ତ୍ତା ପ୍ରଦାନ କରିଥିଲେ । ଜବାହର ନବୋଦୟ ବିଦ୍ୟାଳୟ, କେନ୍ଦ୍ରାପଡା ଆଲୁମିନି ଆସୋସିଏସନର ସଭାପତି ଉଦୟଭାନୁ ରାଉତ, ସମ୍ପାଦକ ବିଦ୍ୟରାଜ ମିଶ୍ର, କୋଷାଧ୍ୟକ୍ଷ ଅନିଲ ମିଶ୍ର, ସହ ସମ୍ପାଦକ ଲିଆକତ ଅଲି, ରାକେଶ ଦାସ, ବିଶ୍ୱବିଜୟୀ ପରିଡା, ରାହୁଲ ବିଶ୍ୱାଳ, ଲିପ୍ସିତା ନାୟକ, ରାଜେଶ ମିଶ୍ର, ଚନ୍ଦନ କୁମାର ସାହୁ, ସୈାମ୍ୟରଞ୍ଜନ ମହାପାତ୍ର, ପଦ୍ମନାଭ ବେହେରା, ସିତେନ ରାୟ, ଅହମ୍ମଦ ରାଜା ଖାଁ, ପେଙ୍କୁଇନ ସାମନ୍ତରାୟ, ସମ୍ପଦ ସାହୁ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିସରରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଏବଂ ଆନନ୍ଦ ପରିଲଖିତ ହୋଇଥିଲା । ଏଥିରେ ଆଲୁମିନି ଆସୋସିଏସନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ବହୁ ପ୍ରତିଷ୍ଠାତା ଶିକ୍ଷକ ଯୋଗଦେଇ ୧୯୯୫ରେ ବିନା କୈାଣସି ବିଦ୍ୟାଳୟ ଗୃହ, ଛାତ୍ରାବାସ ତଥା ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଜନ୍ମିତ ଏହି ବିଦ୍ୟାଳୟ କିପରି ବିଭିନ୍ନ ଘାତ ପ୍ରତିଘାତ ଅତିକ୍ରମ କରି ଆଜି ୨୫ବର୍ଷର ଯୈାବନରେ ପହଞ୍ଚିଛି ସେ ସମ୍ପର୍କରେ ବର୍ଣ୍ଣନା କରି ସ୍ମୃତି ସାଉଁଟି ଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କର ବିତାଇଥିବା ପିଲାଦିନର ପ୍ରତିଟି ମୁହୂର୍ତ୍ତ କିପରି ଭାବେ ପିତାମାତା ପରିବାରବର୍ଗ ଠାରୁ ଦୁରରେ ରହି ନବୋଦୟ ପରିବେଶରେ ଆଉ ଏକ ପରିବାର ପାଇଁ ଜୀବନ ଗଢିଥିଲେ ତାହାକୁ ବର୍ଣ୍ଣନା କରି ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଦେଇଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ ଜଗତର ବିଶିଷ୍ଟ ଗାୟକ ସତ୍ୟଜିତ ପ୍ରଧାନ ଯୋଗଦେଇ ଓଲିଉଡ ଓ ବଲିଉଡର ଅନେକ ଗୀତ ଗାଇ ମନୋରଞ୍ଜନ କରିଥିଲେ । ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ