କେନ୍ଦ୍ରାପଡା ଜିଲ୍ଲାରେ ଆଜି ୬କରୋନା ପଜିଟିଭ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୬ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ କେନ୍ଦ୍ରାପଡା ବ୍ଲକରେ ୪ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ମହାକାଳପଡା ବ୍ଲକରେ ଜଣେ, ମାର୍ଶାଘାଇ ବ୍ଲକରେ ଜଣେ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


