ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପାଇବେ କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏମପିଏଲ- ୧-୦ ଓ ଏମପିଏଲ – ୨-୦ କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଠିନ ପରିଶ୍ରମ କରି ସଫଳତାର ସହ ରୂପାୟନ କରିଥିବାରୁ ରାଜ୍ୟର ପୈାରନିଗମ ଗୁଡିକ ସମେତ ବିଭିନ୍ନ ପୈାରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ଚଳିତମାସ ୨୫ତାରିଖ ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଭୂବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁନସିପାଲ ପ୍ରିମିୟର ଲିଗ ଆୱାର୍ଡ ପ୍ରଦାନ କରାଯିବ । ପୈାରସଂସ୍ଥା ଗୁଡିକ ସମ୍ପତ୍ତି କର ବୃଦ୍ଧି କରିବା ସହ ଆଦାୟ କରର ଡିଜିଟାଇଜେସନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଆୱାର୍ଡ ପାଇବାକୁ କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଶ୍ରୀ ବଳଙ୍କୁ ବିଭାଗ ପକ୍ଷରୁ ପୁରସ୍କାର ବୀତରଣୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରିତ କରାଯାଇଛି ।


