କେନ୍ଦ୍ରାପଡା ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ଭୋଟ ଗଣନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ୩୨ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ୩ଟି ପର୍ଯ୍ୟାୟରେ ଆସନ୍ତା ୨୬ତାରିଖ ଠାରୁ ୨୮ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୋଟ ଗଣନା ଅନୁଷ୍ଠିତ ହେବ । ଆସନ୍ତା ୨୬ତାରିଖ ସକାଳ ୮ଟାରେ ପ୍ରଥମ ପର୍ଯ୍ୟାୟରେ ଆଳି ବ୍ଲକର ଆଳି ହାଇସ୍କୁଲରେ ୧ନମ୍ବର ଜୋନର ୧୦ଟି ପଞ୍ଚାୟତର ଭୋଟ ଗଣନା ଅନୁଷ୍ଠିତ ହେବାକୁ ଥିବା ବେଳେ ସେହି ଦିନ କେନ୍ଦ୍ରାପଡା ବ୍ଲକର ୫ନମ୍ବର ଜୋନର ୮ଟି ପଞ୍ଚାୟତର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ବ୍ଲକରେ, ଗରଦପୁର ବ୍ଲକର ୯ନମ୍ବର ଜୋନର ୬ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ, ଡେରାବିଶ ବ୍ଲକର ୧୨ନମ୍ବର ଜୋନର ୭ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ, ପଟ୍ଟାମୁଣ୍ଡାଇ ବ୍ଲକର ୧୫ନମ୍ବର ଜୋନର ୧୦ଟି ପଞ୍ଚାୟତର ଏମ.ଏନ. ହାଇସ୍କୁଲରେ, ମହାକାଳପଡା ବ୍ଲକର ୧୯ନମ୍ବର ଜୋନର ୭ଟି ପଞ୍ଚାୟତର ମହାକାଳପଡାସ୍ଥିତ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ, ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନର ୮ଟି ପଞ୍ଚାୟତର ମାର୍ଶାଘାଇ ମହାବିଦ୍ୟାଳୟରେ, ରାଜକନିକା ବ୍ଲକର ୨୭ନମ୍ବର ଜୋନର ୧୧ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ ଓ ରାଜନଗର ବ୍ଲକର ୩୦ନମ୍ବର ଜୋନର ୯ଟି ପଞ୍ଚାୟତର ଭୋଟ ଗଣନା ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ଆସନ୍ତା ୨୭ତାରିଖ ସକାଳ ୮ଟାରେ ଦ୍ୱିତୀୟ ପର୍ଯ୍ୟାୟରେ ଆଳି ବ୍ଲକର ଆଳି ହାଇସ୍କୁଲରେ ୨ନମ୍ବର ଜୋନର ୮ଟି ପଞ୍ଚାୟତର, କେନ୍ଦ୍ରାପଡା ବ୍ଲକର ୬ନମ୍ବର ଜୋନର ୬ଟି ପଞ୍ଚାୟତର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ବ୍ଲକରେ, ଗରଦପୁର ବ୍ଲକର ୧୦ନମ୍ବର ଜୋନର ୬ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ, ଡେରାବିଶ ବ୍ଲକର ୧୩ନମ୍ବର ଜୋନର ୧୦ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ, ପଟ୍ଟାମୁଣ୍ଡାଇ ବ୍ଲକର ୧୬ନମ୍ବର ଜୋନର ୬ଟି ପଞ୍ଚାୟତର ଏମ.ଏନ. ହାଇସ୍କୁଲରେ, ମହାକାଳପଡା ବ୍ଲକର ୨୦ନମ୍ବର ଜୋନର ୪ଟି ପଞ୍ଚାୟତର ଓ ୨୧ନମ୍ବର ଜୋନର ୮ଟି ପଞ୍ଚାୟତର ମହାକାଳପଡାସ୍ଥିତ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ, ମାର୍ଶାଘାଇ ବ୍ଲକର ୨୫ନମ୍ବର ଜୋନର ୮ଟି ପଞ୍ଚାୟତର ମାର୍ଶାଘାଇ ମହାବିଦ୍ୟାଳୟରେ, ରାଜକନିକା ବ୍ଲକର ୨୮ନମ୍ବର ଜୋନର ୧୦ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ ଓ ରାଜନଗର ବ୍ଲକର ୩୧ନମ୍ବର ଜୋନର ୯ଟି ପଞ୍ଚାୟତର ଭୋଟ ଗଣନା ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ । ସେହିଭଳି ଆସନ୍ତା ୨୮ତାରିଖ ସକାଳ ୮ଟାରେ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଆଳି ବ୍ଲକର ଆଳି ହାଇସ୍କୁଲରେ ୩ନମ୍ବର ଜୋନର ୭ଟି ପଞ୍ଚାୟତ ଓ ୪ନମ୍ବର ଜୋନର ୯ଟି ପଞ୍ଚାୟତର, କେନ୍ଦ୍ରାପଡା ବ୍ଲକର ୭ନମ୍ବର ଜୋନର ୬ଟି ପଞ୍ଚାୟତ ଓ ୮ନମ୍ବର ଜୋନର ୭ଟି ପଞ୍ଚାୟତର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ବ୍ଲକରେ, ଗରଦପୁର ବ୍ଲକର ୧୧ନମ୍ବର ଜୋନର ୬ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ, ଡେରାବିଶ ବ୍ଲକର ୧୪ନମ୍ବର ଜୋନର ୯ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ, ପଟ୍ଟାମୁଣ୍ଡାଇ ବ୍ଲକର ୧୭ନମ୍ବର ଜୋନର ୮ଟି ପଞ୍ଚାୟତ ଓ ୧୮ନମ୍ବର ଜୋନର ୭ଟି ପଞ୍ଚାୟତର ଏମ.ଏନ. ହାଇସ୍କୁଲରେ, ମହାକାଳପଡା ବ୍ଲକର ୨୨ନମ୍ବର ଜୋନର ୬ଟି ପଞ୍ଚାୟତର ଓ ୨୩ନମ୍ବର ଜୋନର ୬ଟି ପଞ୍ଚାୟତର ମହାକାଳପଡାସ୍ଥିତ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ, ମାର୍ଶାଘାଇ ବ୍ଲକର ୨୬ନମ୍ବର ଜୋନର ୮ଟି ପଞ୍ଚାୟତର ମାର୍ଶାଘାଇ ମହାବିଦ୍ୟାଳୟରେ, ରାଜକନିକା ବ୍ଲକର ୨୯ନମ୍ବର ଜୋନର ୮ଟି ପଞ୍ଚାୟତର ବ୍ଲକ କାର୍ଯ୍ୟାଳୟରେ ଓ ରାଜନଗର ବ୍ଲକର ୩୨ନମ୍ବର ଜୋନର ୧୧ଟି ପଞ୍ଚାୟତର ଭୋଟ ଗଣନା ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ ଉଲ୍ଲେଖ ରହିଛି ।