କେନ୍ଦ୍ରାପଡା ଜିଲ୍ଲାରେ ପାସ ହାର ୯୩.୮୧ ପ୍ରତିଶତ : ମୋନାଶ୍ରୀ ବିଶ୍ୱାଳ ଜିଲ୍ଲା ଟପ୍ପର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି । ଡେରାବିଶ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଶ୍ରୀ ବିଶ୍ୱାଳ ମୋଟ ୬୦୦ ନମ୍ବରରୁ ୫୮୫ ନମ୍ବର ଅର୍ଥାତ ୯୭.୫୭ ପ୍ରତିଶତ ମାର୍କ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୩୪୩ଟି ଉଚ୍ଚ ବିଦ୍ୟାଳୟର ମୋଟ ୨୦ ହଜାର ୫୫୪ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯ ହଜାର ୪୬୭ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୯ ହଜାର ୨୮୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଅର୍ତାତ ୯୩.୮୧ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିରୁ୨୫୩ ଜଣ ଛାତ୍ରଛାତ୍ରୀ ଏ-୧ଗ୍ରେଡ୍‌ରେ ପାସ କରିଥିବା ବେଳେ ୨୩୫୪ ଜଣ ଛାତ୍ରଛାତ୍ରୀ ଏ-୨ଗ୍ରେଡ୍‌ରେ, ବି-୧ଗ୍ରେଡ୍‌ରେ ୫୩୬୩ ଜଣ ଛାତ୍ରଛାତ୍ରୀ, ବି-୨ଗ୍ରେଡ୍‌ରେ ୫୬୧୧ଜଣ, ସି – ଗ୍ରେଡ୍‌ରେ ୩୫୮୧ଜଣ , ଡି-ଗ୍ରେଡ୍‌ରେ ୧୬୩୧ଜଣ ଓ ଇ-ଗ୍ରେଡ୍‌ରେ ୪୮୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୧୭୧ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ୧୫ ଜଣ ଛାତ୍ରଛାତ୍ରୀ କପି କରି ଧରାପଡିଥିଲେ । ସେହିପରି ଏକ୍ସ-ରେଗୁଲାରରେ ଜିଲ୍ଲାର ୫୨ଟି ଉଚ୍ଚ ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥି ମଧ୍ୟରୁ ୮୨ ଜଣ ପରୀକ୍ଷାଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିରୁ ବି-୧ ଗ୍ରେଡ୍‌ରେ ୩ ଜଣ, ବି-୨ଗ୍ରେଡରେ ୧୧, ସି -ଗ୍ରେଡ୍‌ରେ ୬, ଡି-ଗ୍ରେଡ୍‌ରେ ୧୫, ଇ-ଗ୍ରେଡ୍‌ରେ ୮ ଜଣ ପାସ କରିଥିବା ବେଳେ ୨୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ପତ୍ର ବିନିମୟ ପରୀକ୍ଷାରେ ୩ ଜଣ ପରୀକ୍ଷା ଦେଇଥିବା ବେଳେ ଜଣେ କୃତକାର୍ଯ୍ୟ ହୋଇଛନ୍ତି ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପିତବାସ ପଣ୍ଡାଙ୍କ ଠାରୁ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ