କେନ୍ଦ୍ରାପଡା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ପ୍ରତିଷ୍ଠା ଓ ରେଳଲାଇନର ଅଧିକ ସଂପ୍ରସାରଣ ସହ ସାର୍ବିକ ବିକାଶ ହେଉ !

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଏକ ବିଶ୍ୱବିଦ୍ୟାଳୟ, ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡାରୁ ରେଳଲାଇନ ଭିତରକନିକା, ଭଦ୍ରକ ଓ ତିର୍ତ୍ତୋଲକୁ ସଂପ୍ରସାରଣ, ନଦୀ ଜଳକୁ ଚେକଡ୍ୟାମ ଜରିଆରେ ଚାଷଜମିକୁ ଜଳସେଚନ, ପାନୀୟ ଜଳ ଯୋଗାଣ, ଚାଷ ସମୟରେ କେନାଲରେ ଜଳ ଯୋଗାଣ, ପାଟମାନଙ୍କରୁ ଚାଷଜମିର ଜଳ ନିଷ୍କାସନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦ ପୁରଣ, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ ଇନ୍ଦୁପୁର ଠାରେ ଅନୁଷ୍ଠିତ ଜନମଞ୍ଚ ବୈଠକରେ ସର୍ବସମ୍ମତ ମତାମତ ପ୍ରକାଶ ପାଇଥିଲା । ଏଥିସହିତ ଇନ୍ଦୁପୁର ସମେତ ଜିଲ୍ଲାର ଯେଉଁ ଅଞ୍ଚଳମାନଙ୍କରେ ୧୯୩୦ମସିହା ପରେ ପରେ ବନ୍ଦୋବସ୍ତ ହୋଇନାହିଁ, ସେଠାରେ ତାହା ତୁରନ୍ତ କରାଯିବାକୁ ସଭା ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଇନ୍ଦୁପୁର ବିରୂପା ପୋଲ ଉପରେ ଭାରିଯାନ ଚଳାଚଳକୁ ବନ୍ଦ କରି ଏହି ପୋଲକୁ ସୁରକ୍ଷିତ ରଖିବାକୁ ସଭାରେ ନିବେଦନ କରାଯାଇଛି । ଜନମଞ୍ଚର ବରିଷ୍ଠ ସଭ୍ୟ ଅନାଦି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଦିବଗଂତ ସଭ୍ୟ ଗୋଲକ ବିହାରୀ ସାହୁଙ୍କ ବିୟୋଗରେ ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା । ଜନମଞ୍ଚର ଆବାହକ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା ଜନମଞ୍ଚର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ମଲ୍ଲିକ, ଗୈାରାଙ୍ଗ ବେହେରା, ରବୀନ୍ଦ୍ର କୁମାର ପରିଡା, ଦେବାଶିଷ ସ୍ୱାଇଁ, ଶଶାଙ୍କ ଓଝା, ମଳୟ ଓଝା, ରମଣୀରଞ୍ଜନ ରାଉତରାୟ, ଦେବବ୍ରତ ପ୍ରଧାନ, ନୃସିଂହ ଚରଣ ରାଉତ, ପାରେଶ୍ୱର ବିଶ୍ୱାଳ, ଯଦୁନାଥ ନାୟକ, ନିତ୍ୟାନନ୍ଦ ନାଥ, ବୀରେନ୍ଦ୍ର ସାମଲ, ଗୋକୁଳ ରାଉତ, କୃପାସିନ୍ଧୁ ସାମଲ, ଅକ୍ଷୟ କୁମାର ସାହୁ, ବିଭୁ ପ୍ରସାଦ ଦାସ, ଶୈଳଜାଶଙ୍କର ସାମଲ, ଅଭିରାମ ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଲୋଚିତ ପ୍ରସଙ୍ଗ ସମ୍ପର୍କରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଅଧ୍ୟାପକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ବାବାଜୀ ଦାସ, ଚନ୍ଦ୍ରଶେଖର ସିଂହ, ଆଲୋକ ପରିଡା, ଉମେଶ ସାମଲ, ଶଶିଭୂଷଣ କୁଣ୍ଡ ଓ ସରୋଜ ପଣ୍ଡା ପ୍ରମୁଖ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ