କେନ୍ଦ୍ରାପଡା ଜିଲ୍ଲାରେ ହସ୍ତଶିଳ୍ପ କାରିଗର ଗଣନା କାର୍ଯ୍ୟ ଆରମ୍ଭ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଓଡିଶା ସରକାରଙ୍କ ହସ୍ତତନ୍ତ୍ର,ବୟନଶିଳ୍ପ,ହସ୍ତ ଓ କୁଟୀର ଶିଳ୍ପ ବିଭାଗ ଆନୁକୁଲ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ହସ୍ତଶିଳ୍ପ କାରିଗରମାନଙ୍କ ବିକାଶ ନିମନ୍ତେ ସର୍ଭେ କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହେବ । ଭୂବନେଶ୍ୱରସ୍ଥିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନ ଆନୁକୁଲ୍ୟରେ ଏହି ଜିଲ୍ଲାର ହସ୍ତଶିଳ୍ପରେ ଅଭିଜ୍ଞତା ଥିବା ୧୪ଜଣ ଯୁବକଯୁବତୀଙ୍କୁ ଚୟନ କରାଯାଇ ହସ୍ତଶିଳ୍ପ କାରିଗରଙ୍କ ସର୍ଭେ ପାଇଁ ସେମାନଙ୍କୁ ଏକଦିବସୀୟ ତାଲିମ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୋବାଇଲ ଆପ ମାଧ୍ୟମରେ ଜିଲ୍ଲାର ପ୍ରତି ହସ୍ତଶିଳ୍ପ କାରିଗରଙ୍କ ତଥ୍ୟ ଓ ଫଟୋ ନିଆଯାଇ ସର୍ଭେ କାର୍ଯ୍ୟ କରାଯିବ । ଜିଲ୍ଲା ସ୍ତରରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନର ସଦସ୍ୟ ସଚିବ ତଥା ପୁର୍ବତନ ହସ୍ତଶିଳ୍ପ ନିର୍ଦେଶକ ସୀତିକାନ୍ତ ଷଡଙ୍ଗୀଙ୍କ ହସ୍ତରେ ଆଜି କେନ୍ଦ୍ରାପଡାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଓଡିଶା ରାଜ୍ୟ କମ୍ପ୍ୟୁଟର ଆପ୍ଲିକେସନ ସେଂଟର(ଓକାକ)ର ସହ ନିର୍ଦେଶକ,ରାଜ୍ୟ ସଂଯୋଜକ,ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଶିଳ୍ପ ବିକାଶ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ମିଶ୍ର ଏହି ସର୍ଭେ କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୋରାଚଂଳରେ ପର୍ଯ୍ୟାୟ କ୍ରମେ କରାଯାଇ ଆଗାମି ୨ମାସ ମଧ୍ୟରେ ଶେଷ କରାଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲାର ସମସ୍ତ ହସ୍ତଶିଳ୍ପ କାରିଗରମାନେ ଗଣନାକାରିଙ୍କୁ ନିଜର ସମସ୍ତ ଆବଶ୍ୟକୀୟ ତଥ୍ୟ ଓ ଫଟୋ ମୋବାଇଲ ଆପ ମାଧ୍ୟମରେ ପ୍ରଦାନ କରିବା ସହିତ ମୋବାଇଲ ଆପରେ ଅପଲୋଡ କରାଇବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ