କେନ୍ଦ୍ରାପଡା ଜିଲ୍ଲାରେ ୧୩ କରୋନା ଆଜି ପଜିଟିଭ ରିପୋର୍ଟ ଆସିଲା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୩ଜଣ କରୋନା ପଜିଟିଭ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ କେନ୍ଦ୍ରାପଡା, ରାଜକନିକା ଓ ମହାକାଳପଡା ବ୍ଲକ ଅଂଚଳର ଏହି ସୁରତ ଫେରନ୍ତା ୧୩ଜଣ ସଂପୃକ୍ତ ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କର କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସେମାନଙ୍କୁ କଟକ କୋଭିଡ ହସପିଟାଲକୁ ପଠାଇଦିଆଯାଇଛି । ଏହା ପୂର୍ବରୁ ରାଜନଗର ଅଂଚଳର ଜଣେ କରୋନା ପଜିଟିଭ ବାହାରିଥିବା ବେଳେ ପୂର୍ବରୁ ଆଉ ୮ଜଣ କରୋନା ପଜିଟିଭ ବାହାରିଥିଲେ । ଏହାକୁ ମିଶାଇ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୨୨ରେ ପହଁଚିଛି । ୨ଜଣ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଥିଲା ।