କେନ୍ଦ୍ରାପଡା ଜିଲ୍ଲାରେ ୨ଜଣ ଭିନ୍ନକ୍ଷମଙ୍କୁ ମିଳିଲା ତିନିଚକିଆ ସ୍କୁଟର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେତେକ ଭିନ୍ନକ୍ଷମଙ୍କୁ ସେମାନଙ୍କ ଚଳାଚଳ ପାଇଁ ତିନିଚକିଆ ସ୍କୁଟି ପ୍ରଦାନ କରିଛନ୍ତି । ଭୁବନେଶ୍ୱର ପୋଖରୀପୁଟସ୍ଥିତ ଏହି ବିଭାଗ ପରିସରରେ ବିଭାଗୀୟ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ରାଜ୍ୟର ୪୮ଜଣଙ୍କୁ ଏହି ସ୍କୁଟି ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ-ଇନ୍ଦୁପୁର ଗ୍ରାମର ନୀଳମଣି ସୂତାରଙ୍କ ପୁଅ ନକୁଳ ସୂତାର(୭୫ଭାଗ ଭିନ୍ନକ୍ଷମ) ଓ ରାଜନଗର ବ୍ଲକ ଅନ୍ତର୍ଗତ ବଳରାମ ବାରିକଙ୍କ ଝିଅ ମିନତି ବାରିକ(୮୦ ଭାଗ ଭିନ୍ନକ୍ଷମ)ଙ୍କୁ ଗୋଟିଏ କରି ଦୁଇଟି ତିନିଚକିଆ ସ୍କୁଟି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।