କେନ୍ଦ୍ରାପଡା ଜିଲ୍ଲା ଟ୍ରେଡ ୟୁନିଅନ ସମିତି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଟ୍ରେଡ ୟୁନିଅନ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଇ.ଏନ.ଟି.ୟୁ.ସି. ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିଟୁର ଜଗତଜୀବନ ଦାଶ, ସିପିଆଇର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଶିକ୍ଷକନେତା ଅଜୟ ସାମଲ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ବାବାଜୀ ଧଳ, ଧନେଶ୍ୱର ରାଉତ, ପ୍ରମେଶ୍ୱର ପାତ୍ର, ବସନ୍ତ ସେଠୀ, ସିତାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ପ୍ରଦାନ କରାନଯିବା, କରୋନାରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ କରାନଯିବା, ପଞ୍ଜିକୃତ ଶ୍ରମିକମାନଙ୍କୁ ଝିଅ ବିବାହ ସହାୟତା, ପ୍ରସୁତି ସହାୟତା, ସାଇକେଲ ଓ ଟୁଲ୍ସ ପ୍ରଭୃତି ପ୍ରଦାନରେ ଅହେତୁକ ବିଳମ୍ବ, ବଜାର ଦର ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ଦୈନିକ ମାତ୍ର ୧୨ଟଙ୍କା ପାରିଶ୍ରମିକ ବୃଦ୍ଧି କରିବା, କେନ୍ଦ୍ରର ମୋଦି ସରକାର ଶ୍ରମ ଆଇନକୁ ବଦଳାଇ ଶ୍ରମିକମାନେ ଦୈନିକ ୮ଘଣ୍ଟା ବଦଳରେ ୧୨ଘଣ୍ଟା କାମ କରିବାକୁ ଆଇନ ପ୍ରଣୟନ କରିବା, ମନରେଗାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି, ଜିଲ୍ଲାରେ ଦୂର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କୁ ତୁରନ୍ତ ଆଶୁ ଚିକିତ୍ସା ଯୋଗାଇ ଦେବାରେ ଅବହେଳା, ରାଜ୍ୟ ସରକାର ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପାଣ୍ଠିକୁ ରାଜନୀତିକରଣରେ ବ୍ୟବହୃତ କରିବା, ପଞ୍ଜିକୃତ ଶ୍ରମିକମାନଙ୍କୁ ଅନଲାଇନଆବେଦନ ପାଇଁ ବାଧ୍ୟ କରାଯିବାରୁ ସେମାନେ ଶୋଷଣର ଶିକାର ହେବା ପ୍ରଭୃତି ସମ୍ପର୍କରେ ବକ୍ତବ୍ୟ ରଖି ସରକାରଙ୍କୁ ସମାଲୋଚନା କରିଥିଲେ । ଏଥିସହିତ ତୁରନ୍ତ ପ୍ରତିକାର ବ୍ୟବସ୍ଥ୍ରା କରାନଗଲେ ଜିଲ୍ଲା ଟ୍ରେଡ ୟୁନିଅନ ସମିତି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ମଲିକ, ପାର୍ଥସାରଥୀ, ମାଧବ ଦାସ, ସର୍ବେଶ୍ୱର ସେଠୀ, ପ୍ରକାଶ ମହାନ୍ତି, ଶିବ ପ୍ରସାଦ ନାଥ, ସମ୍ମିୟର ଧଳ, ସୁହାନା ବେଗମ, କାଞ୍ଚନ ସ୍ୱାଇଁ, ପ୍ରକାଶ ମଲିକ, ଚିତ୍ତରଞ୍ଜନ ତରାଇ, ରଞ୍ଜନ କୁମାର ଲେଙ୍କା, ଏଲିନା ସାମନ୍ତରାୟ, ପ୍ରମୋଦ ମହାପାତ୍ର, ପ୍ରକାଶ ପରିଜା, ଅଶୋକ ଲେଙ୍କା, ଜାନକୀ ଭୂୟାଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।


