କେନ୍ଦ୍ରାପଡା ଜିଲ୍ଲା ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ପିତା ସ୍ୱାଇଁଙ୍କୁ ଯୋଗ କୁମାରୀ ଉପାଧୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକସ୍ଥିତ କଳିଙ୍ଗ ଗେଷ୍ଟ ହାଉସ ପରିସରରେ ଚଳିତ ଅକ୍ଟୋବରମାସ ୮ ଓ ୯ ତାରିଖ ଦୁଇଦିନ ଧରି ୨୮ତମ ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ କେନ୍ଦ୍ରାପଡା ଜିଲ୍ଲାରୁ ୩୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୬ବର୍ଷରୁ ୧୮ବର୍ଷର ବାଳିକା ବିଭାଗରେ ଅର୍ପିତା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିବା ସହ ‘ଯୋଗ କୁମାରୀ’ଉପାଧୀ ପ୍ରତିଯୋଗୀତାରେ ପ୍ରତମ ସ୍ଥାନ ଅଧିକାର କରି ‘ଯୋଗ କୁମାରୀ’ଉପାଧୀ ପାଇଛନ୍ତି । ଶୁଭଶ୍ରୀ ସରିତା ରାଉତ ୨ୟ ସ୍ଥାନ, ଟୁଇଙ୍କିଲ ସ୍ୱାଇଁ ୩ୟ ସ୍ଥାନ ଓ ପ୍ରିୟ ବନ୍ଦନୀ ମଲିକ ୬ଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ୨୧ ବର୍ଷରୁ ୨୫ବର୍ଷ ବରିଷ୍ଠ ବର୍ଗ ବାଳିକା ବିଭାଗରେ କୁମାରୀ ଜୟପ୍ରିୟା ଭୋଇ ପ୍ରଥମ, ବନିତା ଦାସ ଚତୁର୍ଥ, ମମତା ସାହୁ ଷଷ୍ଠ ସ୍ଥାନ, ୧୦ବର୍ଷରୁ ୧୨ବର୍ଷ ବାଳିକା ବିଭାଗରେ ଗାୟତ୍ରୀ ସାହୁ ୫ମ ସ୍ଥାନ, ୧୨ରୁ ୧୪ବର୍ଷ ବାଳିକା ବିଭାଗରେ ତନିସା ତନ୍ମୟୀ ତୃତୀୟ ଓ ୨୫ବର୍ଷରୁ ୩୦ବର୍ଷ ମହିଳା ବିଭାଗରେ ଯୋଗମୁଦ୍ରା ପରିଜା ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । କୋଚ ଭାବେ ରମାକାନ୍ତ ସାହୁ ଏବଂ ମ୍ୟାନେଜର ଭାବେ ସୁଚିସ୍ମିତା ସ୍ୱାଇଁ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ସଞ୍ଜୟ କୁମାର ମଥାନ ଓ ମାନସ ଓଝା ଯୋଗ ଦେଇଥିଲେ । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ