କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଯାତ୍ରୀ ବାହି ରେଳ ଚଳାଚଳ ନିମନ୍ତେ ଦାବୀ ପତ୍ର

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାପାଳ ସର୍ମଥ ବର୍ମାଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଜିଲ୍ଲାରେ ଯାତ୍ରୀବାହି ରେଳ ଚଳାଚଳ କରିବା ନିମନ୍ତେ ଦାବୀପତ୍ର ପ୍ରଦାନ କରାଯାଇଛି । ଶୁକ୍ରବାର ପୂର୍ବହ୍ଣରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ରାଜ୍ୟ ବିଜେଡି ଲିଗାଲଫ୍ରଂଟର କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କୁ ଭେଟି ବହୁ ପ୍ରତିକ୍ଷୀତ ରେଳ ପ୍ରକଳ୍ପ ହରିଦାସପୁର ରେଳ ଲାଇନ ସଂପୂର୍ଣ୍ଣ ହୋଇ ରେଳ ଗାଡି ଗଡିବାକୁ ଯାଉଥିବା ଅବସରରେ ଏହା ଏକମାତ୍ର ରେଳ ଲାଇନ ହୋଇଥିବାରୁ ଓ ଯାତାୟତ ସୁବିଧାରେ ହୋଇପାରିବାର ଆଶା ନେଇ, ଉକ୍ତ ରେଳ ଲାଇନରେ ଯାତ୍ରୀବାହି ରେଳଗାଡି ଅଗ୍ରାଧିକାର ଭିତରେ ଚାଲିବା ନିତାନ୍ତ ଆବଶ୍ୟକ । ଫଳରେ ଆମ୍ଭ ଜିଲ୍ଲାବାସୀଙ୍କ ସହିତ ଜଗତସିଂହପୁର, ଯାଯପୁର ଜିଲ୍ଲାର ଲୋକମାନେ, ତଥା ଅନ୍ୟ ଜିଲ୍ଳାର ଜନସାଧାରଣଙ୍କର ଗମନା ଗମନ ଅତ୍ୟନ୍ତ ସୁବିଧା, ସୁରୁଖୁରୁରେ ହୋଇପାରିବ ଓ ଲୋକମାନଙ୍କର ବହୁବିଧ ଉପକାର ସାଧିତ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ଲିଗାଲଫ୍ରଂଟର ଅବାହକ ଭୀମସେନ ଭୂୟାଁ,ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା,ମନୋଜ କୁମାର ସାହୁ,ରମାକାନ୍ତ ସ୍ୱାଇଁ,ଗୋକୁଳି ରଂଜନ ଦାସ,ନିରଞ୍ଜନ ବଳ,ମାନସ ରଂଜନ ଧଳ,ଲଳିତେନ୍ଦୁ ପଣ୍ଡା, ସୈାମ୍ୟ ରଞ୍ଜନ ମହାନ୍ତି, ଅଜୟ କୁମାର ମହାନ୍ତି,ଅରୁଣ ପ୍ରସାଦ ଦାସ, ରଂଜନ ପଣ୍ଡା, ସ୍ମୃତି ରଂଜନ ସିଂହ,ରାଜେନ୍ଦ୍ର ମିଶ୍ର, ଭୀମସେନ ପ୍ରଧାନ,ଇତିହାସ ଲେଙ୍କା, କିଶୋର ଚନ୍ଦ୍ର ପ୍ରଧାନ, ଦୀପକ କୁମାର ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ