କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ନୂତନ କର୍ମକର୍ତ୍ତା ନିର୍ବାଚିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ମହାସଭାର ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ନାରାୟଣ ଦାସ, ରାଜ୍ୟସଭାର ପ୍ରାକ୍ତନ ଯୁଗ୍ମ ସଚିବ ଚୈାଧୁରୀ ରମାକାନ୍ତ ଦାସ, ଆଇନୀଜିବି କୁଳମଣୀ ଦାସ ଓ ଅଧ୍ୟାପକ ରଞ୍ଜିତ ଦାସଙ୍କୁ, ଉପଦେଷ୍ଟା ଭାବରେ ଅଧ୍ୟାପକ ସ୍ମୃତିରଞ୍ଜନ ବେହେରା, ଅଧ୍ୟାପକ ପ୍ରମୋଦ କୁମାର ଦାସଙ୍କୁ, ଜିଲ୍ଲା ସଭାପତି ଭାବେ ଟ୍ରେଡ ୟୁନିଅନ ତଥା ବରିଷ୍ଠ କର୍ମଚାରୀ ନେତା ପ୍ରଭାକର ପଲାଇ, ଉପସଭାପତି ମଧୁସୁଦନ ଦାସ, କାର୍ଯ୍ୟକାରୀ ସଭାପତି ଧିରେନ୍ଦ୍ର କୁମାର ପୃଷ୍ଟି, ବିଜୟ ପରିଡା, ମନୋଜ କୁମାର ପରିଡା, ସାଧାରଣ ସମ୍ପାଦକ ଚିନ୍ମୟ ଦାସ, ଅଫିସ ସମ୍ପାଦକ ରମେଶ ବାରିକ, ଯୁବ ଯାଦବ ସଭାପତି ମନୋଜ କୁମାର ଦାସ, କାର୍ଯ୍ୟକାରୀ ଯୁବ ଯାଦବ ସଭାପତି ଧିରେନ ଦାସ, କୋଷାଧ୍ୟକ୍ଷ ନବକିଶୋର ଦାସଙ୍କୁ ନିର୍ବାଚିତ କରାଯାଇଛି । ଏଥିସହିତ ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ କମିଟିକୁ ଆଇନ ବିଭାଗ, ସିକୃତି ବିଭାଗ, ବୁଦ୍ଧିଜୀବି ଓ ମହିଳା ବିଭାଗ ଗୁଡିକୁ ନେଇ ଏକ ୧୫୪ଜଣିଆ କାର୍ଯ୍ୟକାରୀ କମିଟି ନିର୍ବାଚିତ କରାଯାଇଥିବା ଜିଲ୍ଲା ସଭାପତି ଶ୍ରୀ ପଲାଇ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।