କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ କର୍ମଚାରୀମାନଙ୍କ ସାଧାରଣ ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡା ଜିଲ୍ଲାର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଆବାହକ ଚିତ୍ତରଞ୍ଜନ କବିଙ୍କ ଆହ୍ୱାନରେ ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ କର୍ମଚାରୀ ମାନଙ୍କର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଣିକପାଟଣା ସୀତାରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରା, ଜରିଆବାଡ ବି.ଏସ.ପି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ କୁମାର ଦାସ, ପତସୁଆପଡା ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ପ୍ରଧାନ, ଜୟଚନ୍ଦ୍ରପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଞ୍ଜନ କୁମାର ଲେଙ୍କା, ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୁଷାରକାନ୍ତ ନାୟକ, ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ବରାଳ, ରାଜନଗର ଘଡିଆମାଳ ଉଚ୍ଚ ବିଦ୍ୟାଳୟ ପ୍ରଦାନ ଶିକ୍ଷକ ବିଚିତ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିରେ ସପ୍ତମ ପେ ମୋଡାଲିଟି ନଆସିବା ପର୍ଯ୍ୟନ୍ତ ଜାନୁଆରୀ ମାସ ୨୦୨୩ର ଦରମା ଷଷ୍ଠ ପେ ସହିତ ଆନୁଆଲ ଇନକ୍ରୀମେଣ୍ଟ ନିଆଯିବ ନାହିଁ, ଚାକିରୀ ସର୍ତ୍ତାବଳୀ , ଭବିଷ୍ୟନିଧି ପାଣ୍ଠି ଓ ପେନସନ, ଗେଷ୍ଟ ଶିକ୍ଷକ ଭାବେ ନିଯୁକ୍ତି ପାଇ ଅବସର ଗ୍ରହଣ କରିଥିବା ଯେଉଁ ଶିକ୍ଷକମାନେ ନିୟମିତ ଦରମା ପାଉନାହାନ୍ତି ସେମାନଙ୍କୁ ତୁରନ୍ତ ଦରମା ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନା କରାଯାଇଛି । ଅଫିସ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରତି ବ୍ଲକରେ ଜଣେ ଲେଖାଁଏ ବ୍ଲକ ସଂଯୋଜକଙ୍କୁ ରଖାଯିବା ସହ ୬ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ୧୦୬ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସପ୍ତମ ପେ ମୋଡାଲିଟି ପ୍ରଦାନ କରାଯିବା ପାଇଁ ସରକାରଙ୍କୁ ଏହି ସଭା ମାଧ୍ୟମରେ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ