କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲା କ୍ରୀଡା ନିରୀକ୍ଷିକା ସ୍ମିତା ପ୍ରତିଭା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକାକୁ ଉତ୍ତୋଳନ ପୂର୍ବକ ଏହି ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଭଳି ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରତିଦ୍ୱନ୍ଦୀ ମନୋଭାବକୁ ଜାଗ୍ରତ କରାଇବା ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ସେ ମତବ୍ୟକ୍ତ କରିଥିଲେ । ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଫିପା ଦ୍ୱାରା ଆୟୋଜିତ ଏହି ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ବ୍ଲକରୁ ବାଳକ ଓ ବାଳିକା ବିଭାଗର ୧୭ବର୍ଷରୁ କମ ବୟସର ପ୍ରତିଯୋଗୀମାନେ ୧୮ଟିମରେ ଅଂଶଗ୍ରହଣ କରିଛନ୍ତି । ଆଜିର ପ୍ରଥମ ଦିବସ ନକଆଉଟ ମ୍ୟାଚରେ ଡେରାବିଶ ବ୍ଲକ(ବାଳକ) ସହ ଗରଦପୁର ବ୍ଲକ(ବାଳକ)ର, ରାଜକନିକା ବ୍ଲକ(ବାଳିକା) ସହ ଡେରାବିଶ ବ୍ଲକ(ବାଳିକା)ର ଏବଂ ଆଳି ବ୍ଲକ(ବାଳିକା) ସହ ମହାକାଳପଡା ବ୍ଲକ(ବାଳିକା) ବିଭାଗର ମୁକାବିଲା ହେବ । ପାଗର ପ୍ରତିକୂଳତା ସତ୍ୱେ ଦର୍ଶକମାନେ ଗ୍ୟାଲେରିରେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ, ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ବିଭିନ୍ନ ବ୍ଲକରୁ ଆସିଥିବା ନୋଡାଲ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗୀତାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ ଉମାକାନ୍ତ କର, ବ୍ୟାସଦେବ ବେବର୍ତ୍ତା, ଶଶାଙ୍କ ଶେଖର ସାହୁ, ମଧୁସୁଦନ ଦାସ, ସଶ୍ମିତା ପଣ୍ଡା, ବିଜୟଲକ୍ଷ୍ମୀ ସ୍ୱାଇଁ, ରାକେଶ ଜେନା, ଚିନ୍ମୟ ମଲ୍ଲିକ, ରାକେଶ ଘଡାଇ, ସୁଜାତା ମଲ୍ଲିକ, ଶଶିରେଖା ସାହୁ, ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ । କାର୍ଯ୍ୟକ୍ରମ ପରିଚାଳନାରେ ଆଥଲେଟିକ କୋଚ ସେକ ସୈାକତ ଖାନ ଓ ତାଙ୍କର ସହଯୋଗୀମାନେ ସହାୟତା ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସଶ୍ମୀତା ପଣ୍ଡା ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମ୍ୟାଚ ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ୧୭ତାରିଖ ସୋମବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ