କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ଆନ୍ତ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ ପ୍ରତିଯୋଗୀତା ଜିଲ୍ଲା କ୍ରୀଡା ନିରୀକ୍ଷିକା ସ୍ମିତା ପ୍ରତିଭା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, ରାଜନଗର ମଣ୍ଡଳ ଶିକ୍ଷା ଅଧିକାରୀ ମନୋରଞ୍ଜନ ସେଠୀ, ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ଜିଲ୍ଲା ଆଥଲେଟିକ ଆସୋସିଏସନ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ପ୍ରାକ୍ତନ ବରିଷ୍ଠ କ୍ରୀଡା ଶିକ୍ଷକ ଛବି ପ୍ରସାଦ ମହାକୁଡ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆଜିର ଦ୍ୱିତୀୟ ଦିବସ ନକଆଉଟ ମ୍ୟାଚରେ କେନ୍ଦ୍ରାପଡା ବ୍ଲକ(ବାଳକ) ସହ ମହାକାଳପଡା ବ୍ଲକ(ବାଳକ)ର, ମାର୍ଶାଘାଇ ବ୍ଲକ(ବାଳକ) ସହ ପଟ୍ଟାମୁଣ୍ଡାଇ ବ୍ଲକ(ବାଳକ)ର ଏବଂ ରାଜନଗର ବ୍ଲକ(ବାଳକ) ସହ ରାଜକନିକା ବ୍ଲକ(ବାଳକ) ବିଭାଗର ମୁକାବିଲା ହୋଇଥିଲା । ଏହି ଦ୍ୱିତୀୟ ଦିବସର ପ୍ରତିଯୋଗୀତାକୁ ଶଶାଙ୍କ ଶେଖର ସାହୁ,ରାକେଶ ଜେନା, ଆଶିଷ କୁମାର ଜେନା, ଚିନ୍ମୟ କୁମାର ମଲ୍ଲିକ ଓ ମିର୍ଜା ସଲିମ ବେଗ ପ୍ରମୁଖ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଥଲେଟିକ କୋଚ ସେକ ସୈାକତ ଖାନ ଓ ତାଙ୍କର ସହଯୋଗୀମାନେ ସହାୟତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସଶ୍ମୀତା ପଣ୍ଡା, ୯ଟି ବ୍ଲକର କ୍ରୀଡା ସମ୍ପାଦକ, ଆଠଟି ବିଭିନ୍ନ ବିଭାଗର କନଭେନର ଓ ସମସ୍ତ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ବଗଡା ହାଇସ୍କୁଲର କ୍ରୀଡା ଶିକ୍ଷକ ଉମାକାନ୍ତ କର ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରେମଚାନ୍ଦ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ବ୍ୟାସଦେବ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିବସ ନକଆଉଟ ମ୍ୟାଚରେ ବାଳକ ବିଭାଗରୁ ଡେରାବିଶ ବ୍ଲକ ବାଳିକା ବିଭାଗରୁ ରାଜକନିକା ଓ ଆଳି ବ୍ଲକ ବିଜୟ ଲାଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ