କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତ୍ତା ସଙ୍ଘର ବାର୍ଷିକ ଉତ୍ସବ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତ୍ତା ସଙ୍ଘର ବାର୍ଷିକ ଉତ୍ସବ ସ୍ଥାନୀୟ ଉଦୟନଗରସ୍ଥିତ ପୈାରସଂସ୍ଥା କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ମଣ୍ଡଳ ଅଭିକର୍ତ୍ତା ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି, କେନ୍ଦ୍ରାପଡା ଜୀବନବୀମା ନିଗମ ଶାଖା କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ସୁବୋଧ ଆଚାର୍ଯ୍ୟ ସମ୍ମାନୀତ ଅତିଥି, କଟକ ମଣ୍ଡଳ ଅଭିକର୍ତ୍ତା ସଙ୍ଘର ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିବା ବେଳେ କଟକ ମଣ୍ଡଳ ଅଭିକର୍ତ୍ତା ସଙ୍ଘର ଉପସଭାପତି ଦେବେନ୍ଦ୍ର ମୁଦୁଲି, ଯୁଗ୍ମ – ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା ଓ ଭାଗବତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପଡୋଶୀ ପଟ୍ଟାମୁଣ୍ଡାଇ, ପାରାଦୀପ, ମାର୍ଶାଘାଇ, ଯାଜପୁର ଓ ଜଗତସିଂହପୁର ଜୀବନବୀମା ନିଗମ ଶାଖାର ପରିଚାଳକମାନେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜୀବନବୀମା ଅଭିକର୍ତ୍ତା ସଙ୍ଘର ସମ୍ପାଦକ ଚିତ୍ତରଞ୍ଜନ ଭଗତ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ହେମନ୍ତ ପାତ୍ର ଆୟବ୍ୟୟର ବୀବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାସବିହାରି ଧଳ, ବିଜୟ କୁମାର ଆଚାର୍ଯ୍ୟ, ରବିନାରାୟଣ ସିଂ, ଗଣେଶ୍ୱର ବେହେରା, ଆଦିକନ୍ଦ ସ୍ୱାଇଁ, ପ୍ରଶାନ୍ତ ମୁଦୁଲିଙ୍କ ସମେତ ଅଭିଜ୍ଞ ଅଭିକର୍ତ୍ତାମାନେ ଯୋଗଦେଇଥିବା ବେଳେ ସଭ୍ୟ ଭବାନିଶଙ୍କର ମହାନ୍ତି, ପ୍ରଦୀପ୍ତ କୁମାର ବାରିକ, ପ୍ରକାଶ ଚନ୍ଦ୍ର ରାଉତ, ହିମାଂଶୁ ସାହୁ, ସୁଶିଲ କୁମାର ବିଶ୍ୱାଳ,ଶରତ କୁମାର ପ୍ରଧାନ,ଫକିର ଚରଣ ଖୁଂଟିଆ, ବାବୁଲି ଚରଣ ନାୟକ, ପ୍ରଦୀପ କୁମାର ଦଳାଇ, ଚିତ୍ତରଞ୍ଜନ ପ୍ରଧାନ, ଅକ୍ଷୟ କୁମାର ସାହୁ, ଅଜୟ ଦାସ, ବନିତାଲତା ସାହୁଙ୍କ ସମେତ ଦୁଇଶହରୁ ଉର୍ଦ୍ଧ୍ୱ ଅଭିକର୍ତ୍ତା ସହଯୋଗ କରିଥିଲେ । ବରିଷ୍ଠ ସଭ୍ୟ ବିଚିତ୍ରାନନ୍ଦ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟିକ ଶୈଳଜାଶଙ୍କର ସାମଲ ସଭା ପରିଚାଳନା କରିଥିଲେ ।