କେନ୍ଦ୍ରାପଡା ଜୁନିଅର କଲେଜ ବାଣିଜ୍ୟ ବିଭାଗର ସଫଳତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଚଳିତ +୨ ବାଣିଜ୍ୟ ପରୀକ୍ଷାରେ କେନ୍ଦ୍ରାପଡା ଜୁନିଅର କଲେଜ ବିଶେଷ ସଫଳତା ଅର୍ଜ୍ଜନ କରିଛି । ବାଣିଜ୍ୟ ବିଭାଗର ୨୨୧ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯୨ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ଜଣ ଓ ତୃତୀୟ ଶ୍ରେଣୀରେ ୯ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୩ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି । ପ୍ରାୟତଃ ୧୮ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖି ବିଭାଗକୁ ଗୈାରବାନ୍ୱିତ କରିବା ସହ ସାରା ରାଜ୍ୟରେ ଇତିହାସ ସୃଷ୍ଟି କରିଛନ୍ତି । ବାଣିଜ୍ୟ ବିଭାଗର ଛାତ୍ର ଶୁଭ୍ରଜିତ ସିଂ ୫୬୬ନମ୍ବର ରଖି ମହାବିଦ୍ୟାଳୟ ତଥା ସାରା ଜିଲ୍ଲାରେ ଟପ୍ପର ହୋଇ ଶ୍ରେଷ୍ଠ ଛାତ୍ର ଭାବେ କୃତିତ୍ୱ ହାସଲ କରିଛନ୍ତି । ରାଜ୍ୟର ଟପ୍ ୨୦ ତାଲିକାରେ ମଧ୍ୟ ବିଭାଗର ୪/୫ଜଣ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସ, ଅଧ୍ୟାପିକା ୱାଇ. ପଦ୍ମାବତୀ, ଅଧ୍ୟାପିକା ରଞ୍ଜିତା ଗଡସାରା, ଅଧ୍ୟାପକ ଡଃ. ସୁରେଶ ଚନ୍ଦ୍ର ଦାସ, ଅଧ୍ୟାପିକା ଆର‌୍ୟାସ୍ମିତା କର, ଅଧ୍ୟାପକ ବିକାଶ କୁମାର ନାୟକ, ଅଧ୍ୟାପକ ମନୋଜ ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ