କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଚଳିତ ବନ୍ୟାରେ ବ୍ରାହ୍ମଣୀ ଓ ଖରସ୍ରୋତା ତ୍ରିକୋଣଭୂମି ଅଂଚଳର ବ୍ୟାପକ ଅଂଚଳ ଜଳମଗ୍ନ ହୋଇ କ୍ଷୟକ୍ଷତି ହୋଇଛି । ଏହି ସମୟରେ ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଡିଏଭି ପବ୍ଲିକ ସ୍କୁଲ ତା’ର ସାମାଜିକ ଉତ୍ତରଦାୟୀତ୍ୱ ତୁଲାଇବାକୁ ଯାଇ ବନ୍ୟା ବିପନ୍ନଙ୍କ ପାଖରେ ପହଁଚି ସେମାନଙ୍କୁ ଜରୁରୀ ସାମଗ୍ରୀ ବଂଟନ କରିଛି । ତରଡିପାଳ ପଂଚାୟତର ବନ୍ୟା ବିପନ୍ନମାନଙ୍କୁ ମହମବତୀ, ଦିଆସିଲି, ଆଳୁ, ପିଆଜ, ପାଉଁରୁଟି, ବିସ୍କୁଟ, ମଷାଧୂପ, ପିଇବା ପାଣି ଓ ଜରୁରୀ ଔଷଧ ପ୍ରଭୃତି ବଂଟନ କରିଛି । ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ନିଜେ ଡଙ୍ଗାରେ ଘରକୁ ଘର ବୁଲି ବନ୍ୟା ବିପନ୍ନମାନଙ୍କୁ ଜରୁରୀ ସାମଗ୍ରୀ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ତରଡିପାଳ ଲକ୍ଷ୍ମୀନାରାୟଣ ଯୁବ ପରିଷଦର ଅନିଲ କୁମାର ଧଳ, ପ୍ରେମାନନ୍ଦ ବିଶ୍ୱାଳ, ଆଲୋକରଞ୍ଜନ ବିଶ୍ୱାଳ, ଜ୍ଞାନରଞ୍ଜନ ଧଳ, ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ବନ୍ୟା ବିପନ୍ନ ଲୋକମାନଙ୍କ ପାଖରେ ପହଁଚାଇବାରେ ସହଯୋଗ କରିଥିଲେ ।


