କେନ୍ଦ୍ରାପଡା ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟାମନ ମୋହିଲା ହାସ୍ୟରସାତ୍ମକ ନାଟକ “ମୋକଦମା”

କେନ୍ଦ୍ରାପଡା – କେନ୍ଦ୍ରାପଡା ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାର ଆକର୍ଷଣ ଥିଲା ହାସ୍ୟରସାତ୍ମକ ନାଟକ “ମୋକଦମା” । ମୋକଦମାର ପ୍ରତିପକ୍ଷ ମିଥ୍ୟାକୁ ଆଶ୍ରୟ କରିବା ପ୍ରସଙ୍ଗରେ ରଚିତ ଏହି ନାଟକଟିକୁ ତୁଳସୀ କଲଚରାଲ ଆସୋସିଏସନ ପକ୍ଷରୁ ମଞ୍ଚସ୍ଥ କରାଯାଇଥିଲା । ଏହି ମନୋରଞ୍ଜନ ଧର୍ମି ନାଟକଟି ଉପସ୍ଥିତ ଦର୍ଶକମାନଙ୍କୁ ଖୁବ ମନୋରଞ୍ଜନ ଦେଇଥିଲା । ଏହାପରେ ସାଇନାଥ ଭଜନ ସନ୍ଧ୍ୟା ପକ୍ଷରୁ ଭିକାରୀ ବଳଙ୍କ ଲୋକପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା କୁଇଜ୍‌, ନୃତ୍ୟ ଓ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୁସ୍ତକମେଳାର ଚତୁର୍ଥ ସନ୍ଧ୍ୟାକୁ ଧିରେନ୍ଦ୍ର କୁମାର ଦାସ , ମୀର ମୁର୍ଶିଦ, ସରୋଜ ସାହୁ, ଲଳିତେନ୍ଦୁ ପଣ୍ଡା, ଶେଷଦେବ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ପୁସ୍ତକ ମେଳାରେ ବହି କିଣିବା ପାଇଁ ବହୁ ପୁସ୍ତକ ପ୍ରେମୀଙ୍କ ଉତ୍ସାହ ପରିଲିଖିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ