କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଇଛାପୁର ରଥଦାଣ୍ଡରେ ଜୀବାଣୁନିରୋଧ ଔଷଧ ସିଚଂନ କରାଗଲା

କେନ୍ଦ୍ରାପଡା (ଚିତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଅଗ୍ନିଶମ ବିଭାଗ ସହଯୋଗରେ ସହରର ଜନସାଧାରଣ ଚଳପ୍ରଚଳ ହେଉଥିବା ବିଭିନ୍ନ ସ୍ଥାନ ଓ ଛକ ଗୁଡିକରେ ସାନିଟାଇଜ୍ କରାଯାଇ ଡିସଇନଫେକ୍ଟ କରାଯାଇଥିବା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ସହରର ଇଛାପୁରସ୍ଥିତ ରଥଦାଣ୍ଡକୁ ଆଜି କ୍ଲୋରିନ ଓ ବ୍ଲିଚିଂ ସ୍ପ୍ରେ କରାଯାଇ ଜୀବାଣୁ ମୁକ୍ତ କରାଯାଉଥିବା ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଛନ୍ତି । ପୂର୍ବରୁ ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ସାନ୍ତସାହି, ଡାକ୍ତରଖାନାଛକ, ତିନିମୁହାଣି ଛକ ପ୍ରଭୃତି ସ୍ଥାନ ଗୁଡିକରେ ଏଭେଳି ସ୍ପ୍ରେ କରାଯାଇ ଥିଲା । ଫଳରେ ସେହିସବୁ ସ୍ଥାନରେ ଚଳପ୍ରଚଳ କଲେ ସଂକ୍ରମଣ ହେବାର ଆଶଙ୍କା ରହିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ